ନିର୍ବାଚନ ଲଢିପାରନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ନଡ୍ଡାଙ୍କୁ ଭେଟିବା ପରେ ବଢିଲା ଚର୍ଚ୍ଚା ।

198

କନକ ବ୍ୟୁରୋ: ନିର୍ବାଚନ ଲଢିପାରନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । କଙ୍ଗନାଙ୍କ ବାପା ଅମରଦୀପ ରାଣାୱତ କହିଛନ୍ତି ବିଜେପି ଟିକେଟରୁ ଲୋକସଭା ନିର୍ବାଚନ ଲଢିପାରନ୍ତି କଙ୍ଗନା । ତେବେ କେଉଁ ଆସନରୁ ଲଢିବେ ସେ ଏନେଇ ସ୍ଥିର ହୋଇନି । ବଲିଉଡ ଅଭିନେତ୍ରୀ ଅନେକବାର ବିଜେପି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଦଳର ବରିଷ୍ଠ ନେତାଙ୍କୁ ଭେଟିଥାନ୍ତି । ଦୁଇ ଦିନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଏହି ଭେଟଘାଟ ପରେ କଙ୍ଗନା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜୋରଧରିଥିଲା ।