ୟୁପିରେ ପୁଣି ଆରମ୍ଭ ହେଲା ଯୋଗୀ ରାଜ: ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

108

କନକ ବ୍ୟୁରୋ: ଉତରପ୍ରଦେଶରେ ପୁଣି ଆରମ୍ଭ ହେଲା ଯୋଗୀ ରାଜ । ଦ୍ୱିତୀୟ ଥର ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଯୋଗୀ ଆଦିତ୍ୟନାଥ । ଲଖ୍ନୌରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମତେ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହୋଇଛନ୍ତି । ବିଜେପିର ଦିଗଜ୍ଜ ନେତାଙ୍କ ଗହଣରେ ଦ୍ୱିତୀୟ ଥର ୟୁପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଯୋଗୀ ଆଦିତ୍ୟନାଥ ।

ବିଶାଳ ଷ୍ଟାଡିଅମ୍, ଲକ୍ଷାଧିକ ଲୋକ, ୧୨ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ବିଜେପିର ବରିଷ୍ଠ ନେତା ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଯୋଗୀ ଆଦିତ୍ୟନାଥ । ଦ୍ୱିତୀୟ ଥର ପାଇଁ ୟୁିପରେ ସରକାର ଗଢିଛନ୍ତି ଯୋଗୀ । ରାଜ୍ୟପାଳ ଆନନ୍ଦିବେନ ପଟେଲ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହାରି ସହିତ ୟୁପିରେ ଆରମ୍ଭ ହୋଇଯାଇଛି ଯୋଗୀ ୨.୦ ସରକାରଙ୍କ କାର୍ଯ୍ୟକାଳ ।

ଉତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ଙ୍କ ଦ୍ୱିତୀୟ ପାଳି ଆରମ୍ଭ ହୋଇଛି । ୟୁପିରେ ପ୍ରଚଣ୍ଡ ବହୁମତ ହାସଲ କରିବାପରେ ପୁଣି ସରକାର ଗଠନ କରିଛି ବିଜେପି । ସେପଟେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ରୁପେ ସପଥ ଗ୍ରହଣ କରି ୩୭ ବର୍ଷର ରେକର୍ଡ ଭାଙ୍ଗିଛନ୍ତି ଯୋଗୀ ଆଦିତ୍ୟନାଥ । ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସମେତ ଅନ୍ୟ ୫୨ ଜଣ ବିଧାୟକ ମନ୍ତ୍ରୀ ରୁପେ ସପଥପାଠ କରଛନ୍ତି । ସେହିପରି କେଶବ ପ୍ରସାଦ ମୋର୍ଯ୍ୟ ଓ ବ୍ରଜେଶ ପାଠକ ଉପ ମୁଖ୍ୟମନ୍ତ୍ରୀ ରୁପେ ସପଥ ଗ୍ରହଣ କରିଛନ୍ତି । ଲଖ୍ନୌ ଅଟଳ ବିହାରୀ ବାଜପୈୟୀ ଏକାନା ଷ୍ଟାଡିଅମ୍ରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ୫ ଜଣ ଉପ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିଛି । ଲକ୍ଷ ଲକ୍ଷ ସାଧାରଣ ଜନତା ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

ଶୁକ୍ରବାରଠାରୁ ୟୁପିରେ ପୁଣି ଆରମ୍ଭ ହୋଇଛି ଯୋଗୀରାଜ । ୪୯ ବର୍ଷୀୟ ଯୋଗୀ ଆଦିତ୍ୟନାଥ ରାଜ୍ୟର ୩୯ତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ୯ ବର୍ଷ ପରେ ଯୋଗୀ ପ୍ରଥମ ଏଭଳି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଯିଏ ବିଧାନସଭା ନିର୍ବାଚନ ଲଢି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।