ଓଡିଶାର ବିକାଶକୁ ଆଗକୁ ନେବ ବିଜେଡିର ମାନିଫେଷ୍ଟୋ । ଛାତ୍ରଛାତ୍ରୀଙ୍କୁ ମାନିଫେଷ୍ଟୋରେ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ : ଭିକେ ପାଣ୍ଡିଆନ୍

158

କନକ ବ୍ୟୁରୋ : ଆସ୍କାରେ ବିଜେଡିର ପ୍ରଚାର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲାର ଆସ୍କା ନିର୍ବାଚନମଣ୍ଡଳୀରେ ପ୍ରଚାର କରିଛନ୍ତି । ତାଙ୍କ ସହ ୫ଟି ଅଧ୍ୟକ୍ଷ ତଥା ବିଜେଡି ନେତା ଭିକେ ପାଣ୍ଡିଆନ୍ ମଧ୍ୟ ଆସ୍କାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ।

ଆସ୍କାରେ ଜନସଭାକୁ ସମ୍ବୋଧିତ କରି ନବୀନ, ବିରୋଧୀଙ୍କୁ ଟାର୍ଗେଟ କରିଥିବାବେଳେ, ବିରୋଧୀମାନେ ମିଛ କଥା କହୁଛନ୍ତି ଏବଂ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଥିଲେ । ଏହାପରେ ଭିକେ ପାଣ୍ଡିଆନ୍ କହିଥିଲେ, ଆଜି ସନ୍ଧ୍ୟାରେ ବିଜେଡିର ମାନିଫେଷ୍ଟୋ ଆସିବ । ଓଡିଶାର ବିକାଶକୁ ଆଗେଇ ନେବ ଏହି ମାନିଫେଷ୍ଟୋ, ଓଡିଶାକୁ ସଶକ୍ତ କରିବ ଏହି ମାନିଫେଷ୍ଟୋ । ଓଡିଶାର ଯୁବପୀଢିଙ୍କ ଭବିଷ୍ୟତ ଉଜ୍ଜଳ କରିବା ସହିତ କଲେଜର +୩ ପିଲାମାନେ,ପିଜି ପିଲାମାନେ, ଡିପ୍ଲୋମା ପିଲାମାନଙ୍କୁ ଆଜି ମୁଖ୍ୟମନ୍ତ୍ରୀ ବହୁତ ବଡ ଖୁସି ଖବର ଦେବେ ବୋଲି ପାଣ୍ଡିଆନ୍ କହିଥିଲେ । ଖାଲି ସେତିକି ନୁହେଁ, ଓଡିଶାବାସୀ ମଧ୍ୟ ବିଜେଡିର ମାନିଫେଷ୍ଟୋ ଦେଖି ଖୁସି ହେବେ । ଛାତ୍ରଛାତ୍ରୀମାନେ ମଧ୍ୟ ଖୁସି ହେବେ ବୋଲି ସେ କହିଛନ୍ତି ।

ଏଥିସହିତ ସେ କହିଥିଲେ, ଆସ୍କା ମାଟିକୁ ମୋର ମୁଣ୍ଡିଆ, ମୋର ପ୍ରଣାମ । କାହିଁକି ନା, ଜଣେ ମହାନ ଜନନାୟକଙ୍କ ରାଜନୈତିକ ଯାତ୍ରା ଏହି ମାଟିରୁ ଆରମ୍ଭ ହେଇଛି । ସେହି ମହାନ ଜନନାୟକ ହେଉଛନ୍ତି ନବୀନ ପଟ୍ଟନାୟକ । ଦେଶର ଅନେକ ରାଜନୈତିକ ଦଳ ଅଛି, ବଡ ବଡ ନ୍ୟାସନାଲ ପାର୍ଟି ଅଛନ୍ତି । ସମସ୍ତେ କୁହନ୍ତି ଆମେ ମହିଳାଙ୍କୁ ସଶକ୍ତ କରିବୁ, ମହିଳାଙ୍କୁ ଆଗକୁ ନେବୁ । କିନ୍ତୁ ଏଇ ମାଟିରୁ ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ନବୀନ ବାବୁ ଯାହା କୁହନ୍ତି, ତାହା କରିକି ଦେଖାନ୍ତି ।

କିଛି ଦିନ ତଳେ କଂଗ୍ରେସ ତାଙ୍କର ମାନିଫେଷ୍ଟୋ ଦେଲେ, ହେଲେ ତାଙ୍କ ନିଜ ଦଳ ବି ତାକୁ ବିଶ୍ୱାସ କରୁନାହାଁନ୍ତି । ବିଜେପି ବି ୨୦୧୪ ମାନିଫେଷ୍ଟୋରେ ସବୁ ଦାମ କମେଇବାକୁ କହିଲେ । ୨୦୧୯ରେ ବି ସେଇ ମିଛ କଥା କହିଲେ । ଏଥର ବି ସେମାନେ ମିଛ ମାନିଫେଷ୍ଟୋ ତିଆରି କରିଛନ୍ତି । ତେଣୁ ତାଙ୍କୁ ପୂର୍ବରୁ ଯେଉଁ ରେଜଲ୍ଟ ମିଳିଥିଲା, ତାଠୁ କମ୍ ମିଳିବ ବୋଲି ପାଣ୍ଡିଆନ୍ କହିଛନ୍ତି ।