କର୍ମଚାରୀଙ୍କୁ ଦୀପାବଳି ଉପହାରରେ ମିଳିଳା କାର, ବାଇକ। ଚେନ୍ନାଇର ବ୍ୟବସାୟୀ କର୍ମଚାରୀଙ୍କୁ କଲେ ଖୁସି।

177

କନକ ବ୍ୟୁରୋ: ଆଉ କିଛି ଦିନ ପରେ ଦୀପାବଳି । ସାରା ଦେଶରେ ଏବେଠୁ ଖୁସିର ମାହୋଲ । ଅନେକ କମ୍ପାନୀ ଦୀପାବଳି ଅବସରରେ କିଏ କର୍ମଚାରୀଙ୍କୁ ବୋନସ ଦେଉଛନ୍ତି ତ କିଏ ଉପହାର ଦେଉଛନ୍ତି । ତେବେ ନିକଟରେ ଚେନ୍ନାଇରେ ଜଣେ ବ୍ୟବସାୟୀ ନିଜ କର୍ମଚାରୀଙ୍କୁ ଏଭଳି ଉପହାର ଦେଇଛନ୍ତି ଯାହା ସେମାନଙ୍କୁ ଆଉ ତାଙ୍କ ପରିବାରକୁ ଖୁସି କରିଦେଇଛି । ପାଖାପାଖି ୧.୨ କୋଟି ଟଙ୍କାର ଉପହାର ନିଜ କର୍ମଚାରୀଙ୍କ ମଧ୍ୟରେ ବ୍ୟବସାୟୀ ଜଣଙ୍କ ବଣ୍ଟନ କରିଛନ୍ତି । ବ୍ୟବସାୟୀ ଜୟନ୍ତୀ ଲାଲ ଚାୟନ୍ତୀ କର୍ମଚାରୀଙ୍କୁ ୮ଟି କାର ଏବଂ ୧୨ଟି ମୋଟର ସାଇକେଲ ପ୍ରଦାନ କରିଛନ୍ତି । ଏହି ଉପହାର ମିଳିବା ପରେ କର୍ମଚାରୀ ଖୁସି ଥିବା ବେଳେ ସେ ମଧ୍ୟ ଖୁସି ଥିବା ପ୍ରତିକ୍ରିୟା ଦେଇଛନ୍ତି ।

ଜୟନ୍ତୀ କହିଥିଲେ, ମୋ କର୍ମଚାରୀ ମୋର ଖରାପ ଏବଂ ଭଲ ଉଭୟ ସମୟରେ ମୋ ସହ ଛିଡା ହୋଇଥିଲେ । ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ମୋ ସହ ଛିଡା ହୋଇଥିଲେ ତେଣୁ ଏହା ସେମାନଙ୍କ ପାଇଁ ମୋର ଛୋଟ ଉପହାର । ଏହା କରିବା ଦ୍ୱାରା ସେମାନଙ୍କୁ କାମ କରିବାକୁ ଛୋଟ ପ୍ରେରଣା ମିଳିବ । ସେମାନେ କେବଳ ମୋ ପାଇଁ କର୍ମଚାରୀ ନୁହନ୍ତି ସେମାନେ ମୋ ପରିବାର ସଦସ୍ୟ । ତେଣୁ ପରିବାର ସଦସ୍ୟ ହିସାବରେ ତାଙ୍କ ପାଇଁ ଏହି ଛୋଟ ଉପହାର ଥିଲା । ସମସ୍ତେ ଏହିଭଳି କରିବା ଦରକାର ଯାହା କର୍ମଚାରୀଙ୍କୁ ଉତ୍ସାହିତ କରିବ ।