ଭାରସାମ୍ୟ ହରାଇ ଓଲଟିଲା କେମିକାଲ ଟ୍ୟାଙ୍କର । ବାଲେଶ୍ୱର ଖନ୍ତପଡ଼ା ଥାନା ଭଗତପୁର ଘଟଣା । ଗ୍ୟାସ ଲିକେଜ ପାଇଁ ଲୋକେ ଭୟଭୀତ ।

128

କନକ ବ୍ୟୁରୋ: ଭାରସାମ୍ୟ ହରାଇ ଓଲଟିଲା କେମିକାଲ ଟ୍ୟାଙ୍କର । ବାଲେଶ୍ୱର ଖନ୍ତାପଡ଼ା ଥାନା ଭଗତପୁର ଚିଙ୍ଗୁଡ଼ି ପ୍ଲାଂଟ ନିକଟରେ ରାସ୍ତା ତଳକୁ ଓଲଟିଲା ହାଇଡ୍ରୋ କ୍ଲୋରିକ ଏସିଡି ଗ୍ୟାସ ବୋଝେଇ ଗାଡି । ଗ୍ୟାସ ଲିକେଜ ହେଉଥିବାରୁ ଲୋକେ ଭୟଭୀତ । ଏହି ଟ୍ୟାଙ୍କରଟି ଗଞ୍ଜାମ ଜିଲ୍ଲା ମୋହନା ଅଞ୍ଚଳରୁ ନାଟୋ ବାୟୁସାଇନ୍ସ ଚିଙ୍ଗୁଡ଼ି କମ୍ପାନୀକୁ ଯାଉଥିଲା । ଚାଳକଙ୍କ କହିବା ଅନୁସାରେ ରାସ୍ତାଟି ବଙ୍କା ଥିବାରୁ ଟ୍ୟାଙ୍କରଟି ଓଲଟି ପଡ଼ିଥିଲା ।