କନକ ବ୍ୟୁରୋ: ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ । ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଚାର୍ଟର ପ୍ଲେନ୍ ଦୁର୍ଘଟଣାଗ୍ରସ୍ତ ହେଇଛି । ତେବେ ଦୁର୍ଘଟଣାରେ କେହି ବି ମୃତାହତ ହେଇନାହାଁନ୍ତି । ବିମାନରେ ବସିଥିବା ଯାତ୍ରୀ ଏବଂ କ୍ରିଉ ମେମ୍ବର ଆହତ ହୋଇଥିବା ନେଇ ସୂଚନା ମିଳିଛି ।
ଡିଜିସିଏର ସୂଚନା ମୁତାବକ, ଏହି ଚାର୍ଟର ପ୍ଲେନରେ ମୋଟ ୮ ଜଣ ରହିଥିଲେ । ସେମାନଙ୍କ ଭିତରୁ ୬ ଜଣ ଯାତ୍ରୀ ହୋଇଥିବାବେଳେ, ୨ ଜଣ କ୍ରିଉ ମେମ୍ବର । ମୁମ୍ବାଇ ଏୟାରପୋର୍ଟର ରନୱେ-୨୭ରେ ଓହ୍ଲାଇବା ସମୟରେ ଚାର୍ଟର ପ୍ଲେନଟି ବନ୍ଦ ହେଇଯାଇଥିଲା । ଯାହା ଫଳରେ ଦୁର୍ଘଟଣା ଘଟିଥିଲା ।
#ମୁମ୍ବାଇରେ_ବିମାନ_ଦୁର୍ଘଟଣା
ମୁମ୍ବାଇରେ ବିମାନ ଦୁର୍ଘଟଣା । ବିଶାଖାପାଟଣାରୁ ମୁମ୍ବାଇ ଯାଉଥିବା ବିମାନ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ । ବିମାନରେ ଥିଲେ ୬ ପାସେଞ୍ଜରଙ୍କ ସହ ୨ କ୍ରିଉ ମେମ୍ବର । କେହି ବି ମୃତାହତ ହେଇନଥିବା ସୂଚନା । #Mumbai #KanakNews pic.twitter.com/TV7SnleCZJ— Kanak News (@kanak_news) September 14, 2023
ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚିଥିଲା । ଗୁରୁବାର ସନ୍ଧ୍ୟା ୫ଟା ୪୫ ମିନିଟରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଦୁର୍ଘଟଣା ଫଳରେ ଚାର୍ଟର ପ୍ଲେନଟି କ୍ଷତିଗ୍ରସ୍ତ ହୋଇଛି । ହେଲେ ସମସ୍ତ ଯାତ୍ରୀ ଏବଂ କ୍ରିଉ ମେମ୍ବର ସୁରକ୍ଷିତ ରହିଛନ୍ତି ।