ବିଶ୍ୱ ବ୍ରହ୍ମାଣ୍ଡରେ ଏଲିୟନ ଥିବା ସମ୍ଭାବନାକୁ ବଢାଇଲା ନାସାର ତାଜା ରିପୋର୍ଟ । ରିପୋର୍ଟରେ ରହିଛିି, ଅଜଣା ଉଡନ୍ତା ବସ୍ତ ବା ୟୁଏଫଓ ତଥା ଏଲିୟନଙ୍କ ସମ୍ପର୍କରେ ବିସ୍ତୁତ ରିପୋର୍ଟ ।

1,004

କନକ ବ୍ୟୁରୋ: ବିଶ୍ୱ ବ୍ରହ୍ମାଣ୍ଡରେ ଏଲିଅନ୍ ବା ପରଗ୍ରହୀ ଥିବାର ସମ୍ଭାବନା ବୃଦ୍ଧି ପାଇଛି । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟ ଏଭଳି ସମ୍ଭାବନାକୁ ବଢ଼ାଇ ଦେଇଛି । ଦୀର୍ଘ ୯ ମାସ ଧରି ନାସାର ଏକ ଅନୁଧ୍ୟାନ କମିଟି, ୟୁଏଫଓ ବା ଅଜଣା ଉଡ଼ନ୍ତା ବସ୍ତୁ ଏବଂ ଏଲିଅନ୍ ସମ୍ପର୍କରେ ଅନୁଧ୍ୟାନ କରୁଥିଲା । ଏହି ଅନୁଧାନ ଟିମ୍ ଆଜି ୩୩ ପୃଷ୍ଠାର ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ କୁହାଯାଇଛି, ୟୁଏଫଓ ବା ଅଜଣା ଉଡ଼ନ୍ତା ବସ୍ତୁ ସମ୍ପର୍କରେ ଜାଣିବା ପାଇଁ ଅତ୍ୟାଧୁନିକ ବୈଷୟିକ କୌଶଳର ଆବଶ୍ୟକତା ରହିଛି । ସେହିପରି ୟୁଏଫଓ ଗୁଡ଼ିକର ଗତିବିଧିକୁ ଅନୁଧ୍ୟାନ କରିବା ପାଇଁ ଆଧୁନିକ କୌଶଳର ଆବଶ୍ୟକତା ରହିଛି । ବଡ଼ କଥା ହେଉଛି ରିପୋର୍ଟରେ ବ୍ରହ୍ମାଣ୍ଡ ବାହାରେ ଜୀବନର ସତ୍ତା ରହିଥିବା କୁହାଯାଇଛି । ନାସାର ଏହି ରିପୋର୍ଟ ସେତେବେଳେ ଆସିଛି, ଯେତେବେଳେ ହଜାରେ ବର୍ଷ ତଳର କଙ୍କାଳର ଅନୁଧ୍ୟାନ କରାଯାଉଛି । ଏହି କଙ୍କାଳ ଏଲିଅନ୍ ବା ପରଗ୍ରହୀଙ୍କ ବୋଲି ଚର୍ଚ୍ଚା ହେଉଛି ।

ବ୍ରହ୍ମାଣ୍ଡରେ ଅଛନ୍ତି ଏଲିଅନ୍?

ନାସା କରିବ ଅଧିକ ଅନୁସନ୍ଧାନ

  • ୟୁଏଫଓକୁ ନେଇ ନାସାର ବଡ଼ ବୟାନ
  • ୯ ମାସର ରିସର୍ଚ୍ଚ ପରେ ୟୁଏଫଓ ଉପରେ ବୟାନ
  • ପୃଥିବୀ ଆକାଶରେ ବୁଲଥିବା ୟୁଏଫଓ ଘଟଣା ସତ
  • ଅଜଣା ଉଡ଼ନ୍ତା ବସ୍ତୁ ବୁଲୁଥିବା ସ୍ୱୀକାର କଲା ନାସା
  • ବ୍ରହ୍ମାଣ୍ଡରେ ଅଛନ୍ତି କି ଏଲିଅନ୍?
  • ୟୁଏଫଓ ଉପରେ ଅଧିକ ଅନୁସନ୍ଧାନ କରିବେ ନାସା ବୈଜ୍ଞାନିକ
  • ୨୦୦୪ରୁ ୨୦୨୧ ମଧ୍ୟରେ ୧୪୪ଟି ୟୁଏଫଓର ତଥ୍ୟ ମିଳିଥିଲା
  • ଏହି ୟୁଏଫଓ ଉପରେ ଅନୁସନ୍ଧାନ କରୁଥିଲେ ବିଶେଷଜ୍ଞ
  • ୯ ମାସର ଅନୁଧ୍ୟାନ ପରେ ୟୁଏଫଓ ଗୁଡିକ ପୃଥିବୀର ନଥିବା ବୋଲି ସ୍ପଷ୍ଟ କଲା ନାସା
  • ନାସା ରିପୋର୍ଟ ପରେ ଏଲିଅନଙ୍କ ଅସ୍ତିତ୍ୱ ନେଇ ବଢ଼ିଲା ଚର୍ଚ୍ଚା