ସେପ୍ଟେମ୍ବର ୨୪ରେ ବିବାହ ବନ୍ଧନରେ ବାନ୍ଧି ହେବେ ଆପ ସାଂସଦ ଓ ବଲିଉଡ ଅଭିନେତ୍ରୀ । ରାଜସ୍ଥାନ ଉଦୟପୁରରେ ହେବ ରାଘବ ଚଢ଼ା ଓ ପରିଣୀତି ଚୋପ୍ରାଙ୍କ ବାହାଘର

388

କନକ ବ୍ୟୁରୋ : ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ସାଂସଦ ରାଘବ ଚଢା ଓ ଅଭିନେତ୍ରୀ ପରିଣୀତି ଚୋପ୍ରା । ସେପ୍ଟେମ୍ବର ୨୪ରେ ରାଜସ୍ଥାନରେ ହେବ ବାହାଘର । ଏବେ ସାମ୍ନାକୁ ଆସିଛି ଏମାନଙ୍କ ବିବାହ ନିମନ୍ତ୍ରଣ ପତ୍ର । ସଂଗୀତ,ମେହେନ୍ଦୀ ଓ ବାହାଘର ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଭିନ୍ନ ଭିନ୍ନ ନିମନ୍ତ୍ରଣ ପତ୍ର କରାଯାଇଛି । ରାଜସ୍ଥାନ ଉଦୟପୁର ଲୀଲା ପ୍ୟାଲେସରେ ହାତଗଣତି ଅତିଥି ଓ ସମ୍ପର୍କୀୟ ବାହାଘରର ଆୟୋଜନ କରାଯାଇଛି । ୨୨ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପୂରା ତାଜ ପ୍ୟାଲେସକୁ ବୁକ କରାଯାଇଛି । ସେପ୍ଟେମ୍ବର ୨୪ରେ ବିବାହ ପରେ ସେପ୍ଟେମ୍ବର ୩୦ ତାରିଖରେ ଦିଲ୍ଲୀରେ ଭୋଜି କରାଯିବ । ରାଘବ ବିରୋଧୀ ଇଣ୍ଡିଆ ମେଂଟର ଜଣେ ପ୍ରମୁଖ ନେତା ହୋଇଥିବା ବେଳେ ବିବାହରେ ବହୁ ରାଜନେତା ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି । ସେହିପରି ପରିନିଧିଙ୍କ ପାଇଁ ବଲିଉଡର ବହୁ ସେଲିବ୍ରେଟି ଯୋଗ ଦେବେ ବୋଲି ଆଶା କରାଯାଉଛି ।