ସିବିଏସଇ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା । ଫେବ୍ରୁଆରୀ ୧୫ରୁ ଆରମ୍ଭ ହେବ ପରୀକ୍ଷା ।

558

କନକ ବ୍ୟୁରୋ: ସିବିଏସଇ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ହେଲା ତାରିଖ ଘୋଷଣା । ଆସନ୍ତା ଫେବ୍ରୁଆରୀ ୧୫ ତାରିଖରୁ ସିବିଏସଇ ବୋର୍ଡ ପରୀକ୍ଷା ଆରମ୍ଭ ହେବା ନେଇ ଘୋଷଣା କରାଯାଇଛି । ତେବେ ଦଶମ ପରୀକ୍ଷା ଫେବ୍ରୁଆରୀ ୧୫ ତାରିଖରୁ ମାର୍ଚ୍ଚ ୧୩ ତାରିଖ ଯାଏଁ ହେବାକୁ ଥିବାବେଳେ, ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୧୫ ତାରିଖରୁ ଏପ୍ରିଲ ୨ ତାରିଖ ଯାଏଁ ହେବ ।