ଭିକ୍ଷା ବୃତି କରି ଅସହାୟ ଲୋକଙ୍କ ମୁହଁରେ ଦେଉଛନ୍ତି ଦାନା । ବୃଦ୍ଧ-ବୃଦ୍ଧା ଓ ଗରିବ ପିଲାଙ୍କ ପାଇଁ ସାଜିଛନ୍ତି ମା’

69

କନକ ବ୍ୟୁରୋ : କିନ୍ନର ସାଜିଛନ୍ତି ଅସହାୟ ବୃଦ୍ଧ-ବୃଦ୍ଧା ଓ ପିଲାମାନଙ୍କ ଆଶାବାଡ଼ି । ଭିକ ମାଗି କରୁଛନ୍ତି ସମାଜ ସେବା । ସମାଜରେ ଏବେ ବି ଅନେକ କିନ୍ନର ଅଛନ୍ତି ଯେଉଁମାନେ ସମ୍ମାନର ସହ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି । କିନ୍ତୁ ଇଏ ଏମିତି ଜଣେ କିନ୍ନର ଯିଏ ଅସହାୟ ଲୋକଙ୍କର ସାହାରା ପାଲଟିଛନ୍ତି । କାକଟପୁର ପାଟସୁନ୍ଦରପୁର ଗାଁର ଚିନୁ ମିଶ୍ର ଓରଫ ଚିନୁ କିନ୍ନର । ମନ୍ଦିର ଆକୃତିର ଏହି ଘରେ ସେ ଠାକୁରଙ୍କୁ ପୂଜା କରିବା ସହ ବୃଦ୍ଧ-ବୃଦ୍ଧାଙ୍କର ସେବା କରୁଛନ୍ତି । ଖାଲି ବୃଦ୍ଧ ଲୋକ ନୁହଁନ୍ତି ଗରିବ ଅସହାୟ ପିଲାଙ୍କୁ ମଧ୍ୟ ଆପଣାଇଛନ୍ତି ଚିନୁ ।

ସକାଳୁ ଉଠି ନିଜର ନିତ୍ୟକର୍ମ ପରେ ଠାକୁର ପୂଜାରୁ ଆରମ୍ଭ ହୁଏ ଚିନୁଙ୍କ ଜୀବନ ଚର୍ଜ୍ୟା । ଏହା ପରେ ବୃଦ୍ଧାଶ୍ରମରେ ରହୁଥିବା ଲୋକଙ୍କ ସେବା କରନ୍ତି ଚିନୁ । ସେମାନଙ୍କ ପାଦରେ ତେଲ ମାଲିସ୍ କରିବା ସହ ସେମାନଙ୍କୁ ଖୁଆଇଦେବା, ଗାଧୋଇଦେବା ଭଳି ସମସ୍ତ କାମ କରନ୍ତି । ଆଉ ଏହା ପରେ ବିଭିନ୍ନ ସ୍ଥାନକୁ ଭିକ୍ଷାବୃତି ପାଇଁ ବାହାରିଯାଆନ୍ତି । ବସ ଷ୍ଟାଣ୍ଡ ହେଉ ଅବା ବଭିନ୍ନ ଜନ ଗହଳିପୂର୍ଣ୍ଣ ସ୍ଥାନ ଭିକ୍ଷା ବୃତି କରି ଯାହା ମିଳେ ସେଇଥିରେ ଚଳେ ବୃଦ୍ଧାଶ୍ରମ ।

ଆଜିର ସ୍ୱାର୍ଥପର ସମାଜରେ ଚିନୁ କିନ୍ନରଙ୍କ ଏଭଳି ନିସ୍ୱାର୍ଥପର ସେବା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।