୩ ଦିନିଆ ଓଡ଼ିଶା ଗସ୍ତରେ ମହାମହିମ : କଟକ ଓ ଭୁବନେଶ୍ୱରରେ କାରକେଡ୍ ରିହର୍ସାଲ; ସୁରକ୍ଷା ବ୍ୟବସ୍ଥା କଡ଼ାକଡି

215

କନକ ବ୍ୟୁରୋ :  ଆସନ୍ତାକାଲି ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁରକ୍ଷାକୁ ନଜରରେ ରଖି କମିଶନରେଟ ପୋଲିସ ପକ୍ଷରୁ ୫୫ ପ୍ଲାଟୁନ୍ ପୁଲସି ଫୋର୍ସ ସହ ୩୦୦ ଅଫିସର ନିୟୋଜିତ ହେବେ । ମହାମହିମଙ୍କ ଗସ୍ତ ପୂର୍ବରୁ ଆଜି କଟକ, ଭୁବନେଶ୍ୱରରେ କାରକେଡ୍ ରିହର୍ସାଲ କରାଯାଇଛି । ବ୍ଲ୍ୟୁ- ବୁକ୍ ଗାଇଡଲାଇନ୍ ଅନୁସାରେ ରାଷ୍ଟ୍ରପତିଙ୍କ କାରକେଡ ତାଙ୍କ ଗନ୍ତବ୍ୟସ୍ଥଳକୁ ଯିବ । ପ୍ରୋଟୋକଲ ଅନୁସାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଶିଷ୍ଠ ବ୍ୟକ୍ତି ବିମାନବନ୍ଦରେ ମହାମହିମଙ୍କୁ ସ୍ୱାଗତ କରିବେ ।

ମହାମହିମଙ୍କୁ ଦିଆଯିବ ଗାର୍ଡଅଫ ଅନର ପ୍ରଦାନ କରାଯିବ । ସେଠାରୁ ତାଙ୍କୁ ରାଜଭବନ ନିଆଯିବ । ସେହିଦିନ ରାଜଭବନରେ ଆପାଦଗ୍ରସ୍ତ ଜନଜାତି ଗୋଷ୍ଠୀ ପ୍ରତିନିଧିଙ୍କ ସହ ସାକ୍ଷାତ କରିବେ ରାଷ୍ଟ୍ରପତି । ୨୬ ତାରିଖରେ କଟକ ଏସସିବିର ବାର୍ଷିକ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ୨୭ ତାରିଖରେ ତମାଣ୍ଡୋ ଦଶବାଟିଆ ଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ୍ ହାଉସ କଂପ୍ଲେକ୍ସ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ । ଏହା ପରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।