ସାପ କାମୁଡାରେ ଚାଲିଗଲା ଦୁଇ ଜୀବନ : ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

350

କନକ ବ୍ୟୁରୋ : ସାପ କାମୁଡ଼ାରେ ଚାଲିଗଲା ଦୁଇ ଜୀବନ । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ହଦମୌଦ, ଆଗରଡ଼ା ଗାଁରେ ଘଟିଛି ଦୁଇଟି ଅଭାବନୀୟ ଘଟଣା । ହଦମୌଦା ଗାଁର ସୁଧାକର ଜେନା ବିଲକୁ କାମ କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାର ଶିକାର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲୋ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ସେହିପରି ଆରଗଡ଼ା ଗାଁର କୁନିପ୍ରଭା ଲେଙ୍କା ଘରେ ଶୋଇଥିବା ବେଳେ ତାଙ୍କୁ ସାପ କାମୁଡ଼ି ଦେଇଥିଲା । ପରିବାର ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।