ପ୍ରଚାର ମଇଦାନରେ ପ୍ରାର୍ଥୀଙ୍କ ପତ୍ନୀ । ନବରଙ୍ଗପୁରରେ ବିଜେପିର ବଳଭଦ୍ର ମାଝି ଓ ନରସିଂହ ମାଡକାମିଙ୍କ ପତ୍ନୀଙ୍କ ପ୍ରଚାର

102

କନକ ବ୍ୟୁରୋ : ପ୍ରଚାର ମୈଦାନରେ ନେତାଙ୍କ ପତ୍ନୀ । ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ବଳଭଦ୍ର ମାଝୀଙ୍କ ପତ୍ନୀ ପ୍ରଚାର ମୈଦାନକୁ ଓହ୍ଲାଇ ଥିବା ଦେଖିବାକୁ ମିଳିଛି । ବଳଭଦ୍ର ଓ ତାଙ୍କ ପତ୍ନୀ ଅମୃତା ମାଝୀ ଅଲଗା ଅଲଗା ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ବଳଭଦ୍ର ମାଝୀ ଗତକାଲି ସ୍ୱାଭିମାନ ଅଞ୍ଚଳରେ ପ୍ରଚାର କରୁଥିଲେ । ତାଙ୍କ ପତ୍ନୀ ଅମୃତା ମାଝୀ ମାଲକାନଗିରି ସଦର ମହକୁମାରେ ପ୍ରଚାର କରୁଥିଲେ ।

ଅମୃତା ଘରକୁ ଘର ବୁଲି ନିଜ ସ୍ୱାମୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରୁଥିଲେ । ସାଥିରେ ମାଲାକନଗିରି ବିଧାନସଭାର ବିଜେପି ପ୍ରାର୍ଥୀ ନରସିଂହ ମାଡକାମୀଙ୍କ ପତ୍ନୀ ମମତା ମାଡକାମୀ ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି । ପୂର୍ବରୁ କୋରାପୁଟ ଲୋକସଭା କ୍ଷେତ୍ରରେ ସପ୍ତଗିରି ଉଲାକଙ୍କ ପତ୍ନୀଙ୍କୁ ସପ୍ତଗିରିଙ୍କ ସହ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା ।