ନବୀନ ନିବାସରେ ନୀଳଗିରି କସରତ । ସୁକାନ୍ତ ନାୟକଙ୍କୁ ଟିକେଟ୍ ମିଳିବା ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଲେ ଆଶାୟୀ ପ୍ରାର୍ଥୀ ସନ୍ତୋଷ ଖଟୁଆ । କହିଲେ, ମୁଖ୍ୟମନ୍ତ୍ରୀ ଚାହିଁଲେ ଦେବି ସମର୍ଥନ

323

କନକ ବ୍ୟୁରୋ : ନବୀନ ନିବାସରେ ନୀଳଗିରି ଟିକେଟ୍ କସରତ । ନବୀନ ନିବାସରେ ପହଂଚିଛନ୍ତି ନୀଳଗିରି ବିଧାନସଭା ପାଇଁ ଆଶାୟୀ ପ୍ରାର୍ଥୀ ସନ୍ତୋଷ ଖଟୁଆ । ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେପି ଛାଡି ବିଜେଡିରେ ମିଶିବା ପରେ ନୀଳଗିରି ବିଧାନସଭା ଆସନକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ସୁକାନ୍ତ ନାୟକଙ୍କୁ ନୀଳଗିରି ବିଧାନସଭା ପାଇଁ ଟିକେଟ୍ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ଏହାରି ଭିତରେ ଆଜି ନବୀନ ନିବାସରେ ପହଞ୍ଚିଛନ୍ତି ସନ୍ତୋଷ ଖଟୁଆ । ଗତ ଥର ସେ ନୀଳଗିରିରୁ ଲଢି ପରାସ୍ତ ହୋଇଥିଲେ । ଏବେ ନବୀନ ନିବାସରେ ପହଞ୍ଚିବା ପରେ ସନ୍ତୋଷ ଖଟୁଆ କହିଛନ୍ତି, ତାଙ୍କର ନିର୍ବାଚନ ଲଢିବାକୁ ଆଶା ଅଛି । ଯଦି ମୁଖ୍ୟମନ୍ତ୍ରୀ ସୁକାନ୍ତ ନାୟକଙ୍କୁ ସମର୍ଥନ ଦେବାକୁ କହିବେ ତେବେ ସେ ସମର୍ଥନ ଦେବେ । ଯଦି ତାଙ୍କୁ ଲଢିବାକୁ କହନ୍ତି, ତେବେ ସେ ଲଢିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ।