କୋରାପୁଟରେ ଘରେ ପଶି ଲୁଟ୍ କରୁଛନ୍ତି ବୁଲା ବିକାଳି। ବୈପାରୀଗୁଡା ଥାନାରେ ଏତଲା ଦେଲେ ଘର ମାଲିକ। 

104

କନକ ବ୍ୟୁରୋ:  ବୁଲି ବୁଲି ବିଭିନ୍ନ ଜିନିଷ  ବିକ୍ରି କରୁଛନ୍ତି, ଆଉ ସୁଯୋଗ ଦେଖି ଘରେ ପଶି ଲୁଟ୍ କରୁଛନ୍ତି । ସିସିଟିଭି କ୍ୟାମେରାରେ କଏଦ ହୋଇଛି ଏହି ବୁଲା ବିକାଳୀ ବେଶରେ ବୁଲୁଥିବା ଲୁଟେରାଙ୍କ ଅସଲ ରୂପ । ବୁଲି ବୁଲି ବିକିବା ବେଳେ ଘରେ କେହି ନଥିବା ସମୟରେ ଘରେ ପଶି କଳାକନା ବୁଲାଇ ପଳାଉଛନ୍ତି ଏମାନେ । କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକରୁ ଏହି ଦୃଶ୍ୟ ସାମ୍ନାକୁ ଆସିଛି ।

ଛୁଆଙ୍କୁ ଧରି ଘର ଆଗରେ ଠିଆ ହୋଇଛନ୍ତି କିଛି ମହିଳା । ଆଉ ଜଣେ ମହିଳା ସାଥିରେ ଛୁଆଟିଏଧରି ସିଧାଘରକୁ ପଶିଯାଉଛନ୍ତି । ଘରେ କେହି ନଥିବା ଦେଖି ଆଲମାରି ଭାଙ୍ଗି ସୁନା ଓ ଟଙ୍କା ନେଇଛନ୍ତି । ସିସିଟିଭି ଫୁଟେଜ୍ରୁ ଅଭିଯୁକ୍ତଙ୍କୁ ଦେଖିବା ପରେ ବୈପାରୀଗୁଡା ଥାନାରେ ଘର ମାଲିକ ଅଭିଯୋଗ କରିଛନ୍ତି । ଏଭଳି ଘଟଣା କେବଳ ବୈପାରୀଗୁଡା ନୁହେଁ କୋରାପୁଟ ଜିଲ୍ଲାର ବିଭିନ୍ନ ସହରରେ ମଧ୍ୟ ଦେଖିବାକୁ ମିଳୁଛି । ପ୍ରତିଦିନ ଅଚିହ୍ନା ଲୋକଙ୍କ ଭିଡ଼ କୋରାପୁଟ ଜିଲ୍ଲାରେ ଜମୁଛି । ଏହି ଦିଗରେ ପୋଲିସ ଓ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।