୨୦୨୩-୨୪ ଆର୍ଥିକ ବଜେଟ୍ ପାଇଁ ହାଲୱା ଉତ୍ସବ : ପୂର୍ବ ଦୁଇବର୍ଷ ଭଳି ଏଥର ବି ବିନା କାଗଜରେ ଉପସ୍ଥାପିତ ହେବ ବଜେଟ

133

କନକ ବ୍ୟୁରୋ : ୨୦୨୩-୨୪ ଆର୍ଥିକ ବଜେଟ ପାଇଁ ନର୍ଥ ବ୍ଲକରେ ହାଲୱା ଉତ୍ସବ ଆୟୋଜିତ ହୋଇଯାଇଛି । ପ୍ରତିବର୍ଷ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇ ତାଲା ପଡ଼ିବା ବେଳକୁ ଏକ ପାରମ୍ପରିକ ହାଲୱା ଉତ୍ସବ ସହିତ ହୋଇଥାଏ । ଯାହା ଗତକାଲି ଆୟୋଜିତ ହୋଇଥିଲା । ପୂର୍ବ ଦୁଇବର୍ଷ ଭଳି କେନ୍ଦ୍ର ବଜେଟ ୨୦୨୩-୨୪ ଏଥର ବିନା କାଗଜରେ ଉପସ୍ଥାପିତ ହେବ ।

କେନ୍ଦ୍ର ବଜେଟ ୨୦୨୩-୨୪ ଫେବ୍ରୁଆରୀ ପହିଲାରେ ଉପସ୍ଥାପିତ ହେବ । ସମସ୍ତ ୧୪ଟି ଯାକ କେନ୍ଦ୍ରୀୟ ବଜେଟ ଦସ୍ତାବିଜ ବାର୍ଷିକ ଆର୍ଥିକ ହସାବ କିତାବ ଖର୍ଚ୍ଚ ଦାବି, ଅର୍ଥ ବିଲ ଇତ୍ୟାଦି ଯାହା ସମ୍ବିଧାନ ବ୍ୟବସ୍ଥା ପରିସରରେ ରହିଛି । “ୟୁନିଅନ ବଜେଟ ମୋବାଇଲ ଆପ”ରେ ଏହା ଉପଲବ୍ଧ ହେବ । ଏହା ଦ୍ୱିଭାଷୀ ଇଂରାଜୀ ଓ ହିନ୍ଦୀରେ ଉଭୟ ଆଣ୍ଡ୍ରଏଡ ଓ ଆଇଓଏସ ପ୍ଲାଟଫର୍ମରେ ଉପଲବ୍ଧ ହେବ । ତେବେ ଫେବ୍ରୁଆରୀ ପହିଲା ୨୦୨୩ ଦିନ ସଂସଦରେ ଅର୍ଥମନ୍ତ୍ରୀଙ୍କ ବଜେଟ ଅଭିଭାଷଣ ଶେଷ ହେଲା ପରେ ଯାଇ ବଜେଟ ଦସ୍ତାବିଜ ମୋବାଇଲ ଆପରେ ଉପଲବ୍ଧ ହେବ ।

ଉତ୍ସବରେ ଅଂଶ ସ୍ୱରୂପ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଛାପାଖାନା ଗସ୍ତ କରି ବଜେଟ ପ୍ରସ୍ତୁତିର ସମୀକ୍ଷା କରିବା ସହ ଏଥିରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ । ଗତକାଲି ହୋଇଥିବା ଏହି ଉତ୍ସବ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ, ଅର୍ଥରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ଓ ଡକ୍ଟର ଭଗବତ କିଶନ ରାଓ କରଡ଼ଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି ।