ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ୫ ଚାଣକ୍ୟ .. ଯାହାଙ୍କ କାନ୍ଧରେ ଥାଏ ବଜେଟର ଭାର । ବଜେଟ୍ ପ୍ରସ୍ତୁତ କରିବାରେ ଧୁରନ୍ଦର ଅର୍ଥ ମନ୍ତ୍ରାଳୟର ଏହି ୫ ଅଧିକାରୀ 

484

ବର୍ଷର ବଜେଟ୍ ପ୍ରସ୍ତୁତ କରିବାର ପ୍ରକ୍ରିୟା କେତେ ମାସ ଆଗରୁ ହିଁ ଆରମ୍ଭ କରାଯାଏ । ବଜେଟ୍ ୨୦୨୩ ପ୍ରସ୍ତୁତ କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ଙ୍କ କୋର୍ ଟିମର ୫ ଜଣ ସଦସ୍ୟ ଏବେ ବଜେଟ୍ ପ୍ରସ୍ତୁତ ପାଇଁ ଲାଗିପଡ଼ିଛନ୍ତି ।

ସରକାର ଆଗାମୀ ଏକ ବର୍ଷରେ କେଉଁ ଜରିଆରେ ଆର୍ଥିକ ଆୟ ବାହାର କରିପାରିବେ ଏବଂ ଗତବର୍ଷ କମ୍ ରାଜସ୍ୱକୁ କିଭଳି ଚଳିତବର୍ଷ ସମତୁଲ କରିହେବ   ଏହାର ମଧ୍ୟ ଦାୟିତ୍ୱ ଏହି ୫ ଜଣିଆ ଟିମ୍ ଉପରେ ଥାଏ । ତେବେ ଆସନ୍ତୁ ଜାଣିବା ନିର୍ମଳା ସୀତାରମଣଙ୍କ ଏହି ଟିମରେ ଅଛନ୍ତି କିଏ କିଏ? 

 

ଟିଭି ସୋମନାଥନ୍ : ଅର୍ଥମନ୍ତ୍ରୀଙ୍କ କୋର୍ ଟିମର ପ୍ରଥମ ସଦସ୍ୟ ଟିଭି ସୋମନାଥନ୍ ଫାଇନାନ୍ସ ସେକ୍ରେଟାରୀର ଦାୟିତ୍ୱରେ ନ୍ୟସ୍ତ ଅଛନ୍ତି । ଅର୍ଥଶାସ୍ତ୍ରରେ ପିଏଚଡି କରିଥିବା ତାମିଲନାଡୁ କ୍ୟାଡ଼ରର ଏହି ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବି କାମ କରିସାରିଛନ୍ତି । ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗର ଦାୟିତ୍ୱ ଟିଭି ସୋମନାଥନ୍ କାନ୍ଧ ଉପରେ ରହିଛି । 

ଅଜୟ ସେଠ୍ : ୧୯୮୭ ବ୍ୟାଚ୍ କର୍ଣ୍ଣାଟକ କ୍ୟାଡ଼ରର ଆଇଏଏସ୍ ଅଫିସର ଅଜୟ ସେଠ୍ ୨୦୨୧ ମସିହାରେ ଅର୍ଥ ମନ୍ତ୍ରାଳୟରେ ଆର୍ଥିକ ସଚିବର ପଦରେ ଯୋଗ ଦେଇଥିଲେ । ବଜେଟ୍ ଭାଷଣର ଅନ୍ତିମ ରୂପର ଦାୟିତ୍ୱ ଏହି ଅଫିସରଙ୍କ କାନ୍ଧ ଉପରେ ରହିଛି । ଆର୍ଥିକ ବିଭାଗର ସଚିବ ଥିବାରୁ ବଜେଟ୍ ସମ୍ବନ୍ଧିତ ସବୁ ବିଶ୍ଲେଷଣ ବି ଦେଖନ୍ତି ଏହି ଅଫିସର । 

ତୁହିନ୍ କାନ୍ତ ପାଣ୍ଡେ : ଡିଆଇପିଏଏମ୍ ସଚିବ ତୁହିନ୍ କାନ୍ତ ପାଣ୍ଡେ ଏୟାର୍ ଇଣ୍ଡିଆର ନିଜସ୍ୱକରଣ ଏବଂ ଭାରତୀୟ ଜୀବନ ବୀମା ନିଗମର ଆଇପିଓ ଆଣିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ବଜେଟ୍ ୨୦୨୩ ପାଇଁ ସରକାର ନିବେଶ କାର୍ଯ୍ୟକ୍ରମର ପ୍ରସ୍ତୁତିର ଦାୟିତ୍ୱ ତୁହିନ୍ କାନ୍ତ ପାଣ୍ଡେଙ୍କ ହାତରେ ରହିଛି । ରାଜ୍ୟ ପାଇଁ ଗର୍ବର ବିଷୟ ଯେ ୧୯୮୭ ବ୍ୟାଚର ଏହି ଆଇଏଏସ୍ ଅଧିକାରୀ ଓଡ଼ିଶା କ୍ୟାଡ଼ରର ।

ବିବେକ ଯୋଶୀ : ହରିୟାଣା କ୍ୟାଡ଼ରା ୧୯୮୯ ବ୍ୟାଚର ଅଧିକାରୀ ହେଉଛନ୍ତି ବିବେକ ଯୋଶୀ । ଜିନେୱା ବିଶ୍ୱବିଦ୍ୟାଳୟରୁ ଅନ୍ତରାଷ୍ଟ୍ରୀୟ ଅର୍ଥଶାସ୍ତ୍ରରେ ଡକ୍ଟରେଟ୍ ଉପାଧିପ୍ରାପ୍ତ ବିବେକ ଯୋଶୀ ବର୍ତ୍ତମାନ ଅର୍ଥ ମନ୍ତ୍ରାଳୟର ଫାଇନାନ୍ସସିଆଲ୍ ସର୍ଭିସେସ୍ ସେକ୍ରେଟାରୀ କେବେ ଗୃହ ମନ୍ତ୍ରାଳୟର ରେଜିଷ୍ଟର୍ ଜେନେରାଲ୍ ଆଣ୍ଡ୍ ସେନସେସରେ କମିଶନର ରୂପେ କାର୍ଯ୍ୟଭାର ସମ୍ଭାଳୁଥିଲେ । 

ଭି.ଅନନ୍ତ ନାଗେଶ୍ୱରନ୍ : ବଜେଟ୍ ପ୍ରସ୍ତୁତ କରିବା ଛଡ଼ା ୨୦୨୨-୨୩ ର ଇକୋନୋମିକ୍ ସର୍ଭେ ପ୍ରସ୍ତୁତ କରିବାର ଦାୟିତ୍ୱ ବୁଝୁଥିବା ମୁଖ୍ୟ ଆର୍ଥିକ ପରାମର୍ଶଦାତା ନାଗେଶ୍ୱରନ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସବୁଠାରୁ ଅଧିକ ବିଶ୍ୱାସୀ ଉପଦେଷ୍ଟା । ଏହି ଅଫିସର ଆଇଆଇଏମ୍ ଅହମ୍ମଦାବାଦରୁ ଏମବିଏ ଶିକ୍ଷା ଶେଷ ପରେ ୨୦୧୯-୨୦୨୧ ରେ ପ୍ରଧାନମନ୍ତ୍ରୀଙ୍କ ଇକୋନୋମିକ ଆଇଭାଇଜରି କାଉନସିଲରେ ପାର୍ଟ-ଟାଇମ୍ ସଦସ୍ୟ ରହିଛନ୍ତି ।