ଆଜି ବି ରହସ୍ୟରେ ଭାରତର ଏହି ପାହାଡ଼ । ପାହାଡ଼ରେ ରହିଛି ୯୯ ଲକ୍ଷ ୯୯ ହଜାର ୯୯୯ ପଥରର ମୂର୍ତ୍ତି , କୋଟିଏରୁ ଗୋଟିଏ କମ୍ .. 

411

ସବୁଜିମା , ସୁନ୍ଦରତା ଓ ରହସ୍ୟ ଭିତରେ ଘେରି ହୋଇ ରହିଥିବା ଦେଶ ଭାରତରେ ଏମିତି ଅନେକ ରହସ୍ୟମୟ ସ୍ଥାନ ଅଛି ଯାହାର ଉତ୍ତର ଆଜି ପର୍ଯ୍ୟନ୍ତ କେହି ପାଇପାରିନାହାଁନ୍ତି । ଏମିତି ହିଁ ଏକ ଅଜବ ସ୍ଥାନ ରହିଛି ତ୍ରିପୂରାର ରାଜଧାନୀ ଅଗରତଲ୍ଲାରେ । ରାଜଧାନୀରୁ ୧୪୫ କିଲୋମିଟର ଦୂର ଗଲେ ପଡ଼େ ଉନ୍ନାକୋଟି । ଉନ୍ନାକୋଟିର ରହସ୍ୟ ଜାଣିବାକୁ କାହିଁ କେଉଁ ଦୂରରୁ ପ୍ରତିଦିନ ଏଠାକୁ ପର୍ଯ୍ୟଟକ ଛୁଟି ଆସନ୍ତି । ଉନ୍ନାକୋଟିର ଅର୍ଥ ହେଉଛି ‘କୋଟିଏରୁ ଗୋଟିଏ କମ୍’ । ତେବେ ଏମିତି କ’ଣ କାରଣ ରହିଛି ଯେ ଏତେ ସୁନ୍ଦର ସ୍ଥାନକୁ ଅଧୁରା କଲା ଭଳି ନାଁ ଦିଆଯାଇଛି ?

ଏହି ସ୍ଥାନର ନାଁ ଉନ୍ନାକୋଟି କିଏ,କେବେ ଏବଂ କାହିଁକି ଦେଲା ଏହା ଏବେ ବି ରହସ୍ୟରେ । ଏଠାରେ ଏକ ସ୍ଥାନ ରହିଛି ଯେଉଁଠାରେ ପାହାଡ଼ରେ ମୂର୍ତ୍ତି ହାତରେ କଟା ହୋଇ ତିଆରି ହୋଇଛି ଏବଂ ସବୁଠାରୁ ରୋଚକପୂର୍ଣ୍ଣ କଥା ହେଉଛି ଏହି ପାହାଡ଼ରେ ୯୯ ଲକ୍ଷ ୯୯ ହଜାର ୯୯୯ ପଥରର ମୂର୍ତ୍ତି ରହିଛି । ଯାହାକି କୋଟିଏରୁ ଗୋଟିଏ କମ୍ । ଏହି ରହସ୍ୟମୟୀ ମୂର୍ତ୍ତି କାରଣରୁ ହିଁ ବୋଧହୁଏ ଏଠାକାର ନାଁ ବି ଉନ୍ନାକୋଟି ରଖାଯାଇଥିବ ! ପୂର୍ବ ଭାରତର ଅନେକ ରହସ୍ୟମୟ ସ୍ଥାନ ଭିତରୁ ଏହି ସ୍ଥାନକୁ ସର୍ବପ୍ରଥମର ଆଖ୍ୟା ଦିଆଯାଇଛି । ତେବେ ପୂର୍ବରୁ କେବଳ ସଂସ୍କୃତି , ଐତିହାସିକ ଗବେଷକ ହିଁ ଏଠାର ରହସ୍ୟ ଜାଣିବାକୁ ଆସୁଥିଲେ । କିନ୍ତୁ ଧିରେ ଧିରେ ଏଠାରେ ଏବେ ପର୍ଯ୍ୟଟକଙ୍କ ଗହଳି ମଧ୍ୟ ଲାଗୁଛି ।

ତେବେ ଏହି ସ୍ଥାନକୁ ଏଥିପାଇଁ ରହସ୍ୟମୟ ବୋଲି କୁହାଯାଏ କାରଣ ପାହାଡ଼ ,ଜଙ୍ଗଲ ଏବଂ ନଦୀପଙ୍କ ଅଂଚଳରେ ଥିବା ଉନ୍ନାକୋଟିର ଆଖପାଖରେ କେହି ରୁହନ୍ତି ନାହିଁ ଏବଂ ପାହାଡ଼ରେ ଏଭଳି ମୂର୍ତ୍ତି ତିଆରି କରିବା ଦିନେ କି ୨ ଦିନର କଥା ନୁହଁ । ଅନେକ ବର୍ଷରୁ ତିଆରି ହୋଇଥିବା ଏହି ମୂର୍ତ୍ତି କୁ କିଏ , କାହିଁକି ଗଢିଲା ତାହାକୁ ଜାଣିବା ପାଇଁ ଚାତକ ପରି ଚାହିଁରହିଛନ୍ତି ଗବେଷକ ।

ପଥରରେ କାଟି ତିଆରି ହୋଇଥିବା ଏହି ମୂର୍ତ୍ତି ସବୁ ହିନ୍ଦୁ ଦେବା-ଦେବୀଙ୍କ ପୌରାଣିକ କଥାକୁ ନେଇ ମଧ୍ୟ ପ୍ରଚଳିତ ରହିଛି । ଲୋକଙ୍କ ମାନ୍ୟତା ଅନୁସାରେ , ଭଗବାନ ଶିବ ଥରେ ଏକ କୋଟି ଦେବୀ , ଦେବତାଙ୍କ ସହ ମିଶି କେଉଁଆଡ଼େ ଯାତ୍ରା କରୁଥିଲେ । ରାତ୍ରି ଅଧିକ ହେବାରୁ ଅନ୍ୟ ଦେବାଦେବୀ ମହାଦେବଙ୍କୁ ଉନ୍ନାକୋଟିର ପାହାଡ଼ରେ ରାତ୍ରିଯାପନ କରିବା ପାଇଁ ଅନୁରୋଧ କରିଥିଲେ । ସୂର୍ଯ୍ୟୋଦୟ ପୂର୍ବରୁ ସ୍ଥାନ ଛାଡ଼ିବା ପାଇଁ କହି ଶିବ ରାତ୍ରିଯାପନ ପାଇଁ ଅନୁମତି ଦେଇଥିଲେ । କିନ୍ତୁ କେବଳ ଶିବଙ୍କ ବ୍ୟତୀତ ସକାଳୁ ଆଉ କେହି ଉଠି ପାରିନଥିଲେ ଯେଉଁଥିପାଇଁ ଶିବ ରାଗିଯାଇ ଅନ୍ୟ ଦେବାଦେବୀଙ୍କୁ ପଥରର ମୂର୍ତ୍ତି ହେବା ପାଇଁ ଅଭିଶାପ ଦେଇଥିଲେ ଯାହା ପରଠାରୁ ଏଭଳି ମୂର୍ତ୍ତି ଏଠାରେ ହୋଇଥିବା କଥା କୁହନ୍ତି ବୁଦ୍ଧିଜୀବୀ ।