ପ୍ୟାରିସରୁ ପୁଣି ବିଜେପି ସରକାରଙ୍କୁ ପ୍ରଶ୍ନ: ବିଜେପି ଓ ଆରଏଏସକୁ ଟାର୍ଗେଟ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ

370

କନକ ବ୍ୟୁରୋ: ବିଦେଶରୁ ବିଜେପି ଓ ଆରଏସଏସକୁ ପୁଣି ଥରେ ଟାର୍ଗେଟ କଲେ କଂଗ୍ରେସ ସାଂସଦ ରାହଲ ଗାନ୍ଧୀ । ପ୍ୟାରିସରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ରାହୁଲ ପରମ ପ୍ରତିଦ୍ୱନ୍ଦୀ ବିଜେପି ସହ ଆରଏସଏସକୁ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି ହିନ୍ଦୁତ୍ୱ ସହ ବିଜେପି ଓ ଆରଏସଏସ କୌଣସି ସର୍ମ୍ପକ ନାହିଁ । କେବଳ କ୍ଷମତା ହାତେଇବାକୁ ବିଜେପି କୌଣସି ସ୍ତରକୁ ଯାଇପାରେ ଓ କିଛି ବି କରିପାରେ । ବିଜେପି କଦାପି ହିନ୍ଦୁ ରାଷ୍ଟ୍ରବାଦୀ ଦଳ ନୁହେଁ ବୋଲି ରାହୁଲ କହିଛନ୍ତି । ଏଥସିହ ଭାରତରେ ରହୁଥିବା ଅଳ୍ପସଂଖ୍ୟକ ଆଜିର ଦିନରେ ମଧ୍ୟ ଭୟଭୀତ ହୋଇ ରହୁଥିବା ପ୍ୟାରିସରେ କହିଛନ୍ତି ରାହୁଲ ଗାନ୍ଧୀ ।