ବୌଦ୍ଧରେ ରତ୍ନଭଣ୍ଡାରର ସନ୍ଧାନ : ପୋଖରୀ ଖୋଳିବା ବେଳେ ମିଳିଲା ରତ୍ନ ପଥରର ସନ୍ଧାନ; ସମ୍ପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି

250

କନକ ବ୍ୟୁରୋ : ବୌଦ୍ଧ ଜିଲ୍ଲାରେ ରତ୍ନଭଣ୍ଡାରର ସନ୍ଧାନ ମିଳିଛି । ମନରେଗାରେ ପୋଖରୀ ଖୋଳିଲା ବେଳେ କିଛି ଶ୍ରମିକ ରତ୍ନ ପଥରର ସନ୍ଧାନ ପାଇଥିଲେ । ଏହାପରେ ପ୍ରଶାସନ ଜାଣିବା ପରେ ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରିଛି । ଜିଲ୍ଲାର ଶଗଡା ଗ୍ରାମପଞ୍ଚାୟତ, ଗୋପାଳପୁର, ଗୁନ୍ଦୁଳିଆ, ବାଘନଦୀରେ କୋଟି କୋଟି ଟଙ୍କାର ମୂଲ୍ୟବାନ ରତ୍ନ ପଥର ମିଳିଛି । ୧୯୮୨ରୁ ଏଠାରେ ରତ୍ନଭଣ୍ଡାରର ସନ୍ଧାନ ମିଳିଥିଲା । ପଥର ଦୁଇ ପ୍ରକାର ରହିଛି ।

ଗୋଟିଏ ପାଣିରେ ମିଳେ ଆଉ ଗୋଟିଏ ସ୍ଥଳ ଭାଗରେ ମିଳେ । ଶଗଡା ଦେଇଯାଉଥିବା ବାଘ ନଦୀରେ ଦୁର୍ଲଭ ରତ୍ନ ପଥର ମିଳେ । ସେତେବେଳେ ଏହି ରତ୍ନ ପଥର ବାବଦରେ ଲୋକେ ଅବଗତ ନଥିଲେ । ତେଣୁ କମ୍ ଦାମରେ ଏହି ରତ୍ନପଥରକୁ ଲୋକେ ବିକ୍ରି କରିଦେଉଥିବା ଜଣାପଡିଛି । ଏହି ସବୁ ରତ୍ନପଥରର ମୂଲ୍ୟ ୫ ଲକ୍ଷରୁ ୧୦ କୋଟି ରହିଛି ।