ଜ୍ଞାନବାପୀ ମସଜିଦର ସର୍ଭେ ଶେଷ। କୂଅରୁ ମିଳିଲା କି ଶିବଲିଙ୍ଗ? କ’ଣ କହିଲେ ଉଭୟ ପକ୍ଷ?

490

କନକ ବ୍ୟୁରୋ:ଏବେ ସାରା ଦେଶର ନଜର ଜ୍ଞାନବାପୀ ମସଜିଦ ପ୍ରସଙ୍ଗ ଉପରେ । କାରଣ ଧର୍ମର ସହର ବାରାଣସୀରେ ବିବାଦୀୟ ଜ୍ଞାନବାପୀ ମସଜିଦର ସର୍ବେ କାମ ଶେଷ ହୋଇଛି । ଗତ ତିନି ଧରି ଚାଲିଥିବା ସର୍ଭେ ସମୟରେ ମସଜିଦ ପରିସରରେ ଥିବା ଏକ କୂଅ ଭିତରୁ ଶିବ ଲିଙ୍ଗ ମିଳିବା ସହ ଆହୁରି ଅନେକ କିଛି ହିନ୍ଦୁ କିର୍ତ୍ତୀ ସହ ମୂର୍ତ୍ତି ମଧ୍ୟ ରହିଥିବା ସପକ୍ଷବାଦୀ ଓକିଲ ଦାବି କରଛନ୍ତି ।

ସର୍ଭେର ତୃତୀୟ ଦିନରେ ମସଜିଦର କୂଅ ଭିତରେ ଏକ ୱାଟର ରେଜିଷ୍ଟାଣ୍ଟ କ୍ୟାମେରାକୁ ରଖାଯାଇ ସର୍ଭେ କରାଯାଇଥିଲା । କେବଳ ଏତିକି ନୁହେଁ ମସଜିଦ ଗମ୍ବୁଜ ପାଖରେ ଏପରି ଏକ ଖମ୍ବ ରହିଛି ଯାହା ସମ୍ପୂର୍ଣ୍ଣ ହିନ୍ଦୁ ଧାର୍ମିକ ପରମ୍ପରାକୁ ଭିତ୍ତି କରି ବନା ହୋଇଛି । କିନ୍ତୁ ଏହାକୁ ଧଳା ରଙ୍ଗର ଚୂନରେ ଲେପ ଦିଆଯାଇଛି । ମସଜିଦ ଭିତରେ ଏକ ମାଟିର ଗଦା ପରି ଦେଖାଯାଉଥିବା ଉଚ୍ଚ ସ୍ଥାନ ଦେଖିବାକୁ ମିଳିଛି । ଏହାକୁ ମଧ୍ୟ ଧଳା ରଙ୍ଗର ଚୂନରେ ଲୁଚାଇ ଦିଆଯାଇଛି ।

ଓକିଲଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି ହିନ୍ଦୁପକ୍ଷର ମୁଖ୍ୟ ସୋହନଲାଲ । ସେ କହିଛନ୍ତି ଯେ, ମସଜିଦରୁ ବାବା ମିଳିଯାଇଛନ୍ତି । ମସଜିଦ ପରିସରରେ ଥିବା କୂଅ ଭିତରୁ ଶିବଲିଙ୍ଗ ମିଳିବା ପରେ ସେଠାରେ ହର ହର ମହାଦେବ ଧ୍ୱନୀରେ ପ୍ରକମ୍ପିତ ହୋଇଉଠିଥିଲା ।ଯେତିକି ଆଶା କରାଯାଇଥିଲା ମସଜିଦ ମଧ୍ୟରୁ ତା’ରୁ ଅଧିକ କିଛି ମିଳିଛି । ଏହାପରେ ମସଜିଦ ପଶ୍ଚିମ ପାଚେରୀ ନିକଟରେ ଥିବା ବନ୍ଦ କୋଠରୀର ଯାଞ୍ଚ ପାଇଁ କୋର୍ଟରେ ଅପିଲ କରାଯିବ ପୋଲି ସୋହନ ଲାଲ କହିଛନ୍ତି ।

ହିନ୍ଦୁ ପକ୍ଷଙ୍କ ଦାବି ଅନୁସାରେ, ଲିଙ୍ଗାୟତ ସମାଜରେ ଶିବଲିଙ୍ଗ ଦାନ କରିବାର ପରମ୍ପରା ରହିଛି । ଏହି ଆଧାରରେ ମସଜିଦ ଭିତରୁ ମଧ୍ୟ ଶିବଲିଙ୍ଗର ଭଗ୍ନାବଶେଷ ଦେଖିବାକୁ ମିଳିଛି । ତେବେ ଆଜି ଏହି ସର୍ଭେ ଶେଷ ହୋଇଛି । ସର୍ଭେର ଡ୍ରାଫ୍ଟ ପ୍ରସ୍ତୁତ କରାଯାଇ ସେଥିରେ ସପକ୍ଷବାଦୀ ଓ ବିପକ୍ଷଙ୍କ ଦସ୍ତଖତ ମଧ୍ୟ ନିଆଯାଇଛି । ଏହାକୁ ମେ ୧୭ ତାରିଖରେ ସୁପ୍ରିମକୋର୍ଟରେ ଉପସ୍ଥାପନ କରାଯିବ ।

 ଅନ୍ୟପଟେ ହିନ୍ଦୁପକ୍ଷର ଏହି ଦାବିକୁ ଅସ୍ୱୀକାର କରିଛନ୍ତି ବିପକ୍ଷବାଦୀ । ହିନ୍ଦୁ ପକ୍ଷ ଯାହା କହୁଛନ୍ତି ତାହା କେବଳ ମାତ୍ର ଏକ ହାୱା । କୋର୍ଟରେ ଡ୍ରାଫ୍ଟ ଉପସ୍ଥାପନ ପରେ ସର୍ଭେର ସତ୍ୟତା ଜଣାପଡିବ ବୋଲି ବିପକ୍ଷବାଦୀ ପକ୍ଷରୁ କୁହାଯାଇଛି ।