ଲୋହିତ ସାଗରରେ ଆଉ ଦମ୍ ଦେଖାଇପାରିବନି ହୁତୀ ବିଦ୍ରୋହୀ ସଙ୍ଗଠନ । ଆତଙ୍କୀଙ୍କୁ ସାବାଡ୍ କରିବ ଆମେରିକା । 

264

କନକ ବ୍ୟୁରୋ: ଲୋହିତ ସାଗରରେ ଆଉ ଦମ ଦେଖାଇପାରିବନି ହୁତୀ ବିଦ୍ରୋହୀ ସଂଗଠନ । ଆତଙ୍କୀଙ୍କୁ ସାବାଡ କରିବ ଆମେରିକା । ଲୋହିତ ସାଗର ଦେଇ ଯାଉଥିବା ଜାହାଜ ଉପରେ ଆକ୍ରମଣ ଓ ଅପହରଣକୁ ରୋକିବା ପାଇଁ ଆମେରିକା ଆରମ୍ଭ କରିଛି ଅପରେସନ ପ୍ରସପର୍ଟି ଗାର୍ଡିଆନ୍ । ଏନେଇ ସୂଚନା ଦେଇଛନ୍ତି ଆମେରିକା ପ୍ରତିରକ୍ଷାମନ୍ତ୍ରୀ ଅଷ୍ଟିନ । ହୁତି ବିଦ୍ରୋହୀଙ୍କ ବିରୋଧରେ ଏହି ସ୍ୱତନ୍ତ୍ର ଅପରେସନ କରିବ ଆମେରିକା । ନିକଟରେ ହୁତି ଡ୍ରୋନରେ ଆମେରିକା କାର୍ଗୋ ସିପ୍ ଉପରେ ଆକ୍ରମଣ କରିଥିଲା । ତେଣ ଏହାର ପ୍ରତିଶୋଧ ନେବାକୁ ଯାଇ ଲୋହିତ ସାଗରେ ଆତଙ୍କବାଦ କାର୍ଯ୍ୟକଳାପକୁ ମୂଳପୋଛ କରିବ ଅପରେସନ ପ୍ରସପଟି ଗାର୍ଡିଆନ୍