ଭୁବନେଶ୍ୱରରେ ବଲିଉଡ୍ ଅଭିନେତ୍ରୀ ଜୟାପ୍ରଦା । କନକ ନ୍ୟୁଜର ‘ଅନନ୍ୟା’ କାର୍ଯ୍ୟକ୍ରମରେ ହେବେ ସାମିଲ ।

360

କନକ ବ୍ୟୁରୋ: ଓଡିଶାରେ ପହଞ୍ଚିଲେ ବଲିଉଡ୍ ଅଭିନେତ୍ରୀ ଜୟାପ୍ରଦା । ବୁଧବାର କନକ ନ୍ୟୁଜ୍ ପକ୍ଷରୁ ଆୟୋଜିତ ଅନନ୍ୟା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଏହି ବଲିଉଡ୍ ଅଭିନେତ୍ରୀ ।

ଭୁବନେଶ୍ୱରରେ ପହଞ୍ଚିବା ପରେ ସେ କହିଛନ୍ତି, ବହୁତ ଦିନ ପରେ ସେ ଭୁବନେଶ୍ୱର ଆସିଛନ୍ତି । ଓଡିଶା ହେଉଛନ୍ତି ଜଗନ୍ନାଥଙ୍କ ଭୂମି । ଏ ଭୂମିକୁ ସେ ପ୍ରଣାମ କରୁଛନ୍ତି । ମନ୍ଦିର ଯାଇ ନିଶ୍ଚୟ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ଓଡିଶାବାସୀଙ୍କ ପାଇଁ ମଥା ଟେକିବେ ବୋଲି ଜୟାପ୍ରଦା କହିଛନ୍ତି । ଏହାସହିତ କନକ ନ୍ୟୁଜର ଏ କାର୍ଯ୍ୟକ୍ରମରେ ସାମିଲ ହେବା ନିହାତି ଏକ ଭଲ କଥା ବୋଲି ଜୟାପ୍ରଦା କହିଛନ୍ତି ।

ସୂଚନାଯୋଗ୍ୟ ଯେ, କନକ ନ୍ୟୁଜ୍ ତରଫରୁ ଆଜି ଆୟୋଜିତ ହେଉଛି ‘ଅନନ୍ୟା’ କାର୍ଯ୍ୟକ୍ରମ । ବିଭିନ୍ନ ବର୍ଗରେ ଉତ୍କର୍ଷତା ହାସଲ କରିଥିବା ମହିଳାମାନଙ୍କୁ ସମ୍ମାନିତ କରିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଆଜି ଅପରାହ୍ନରେ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଏହି କାର୍ଯ୍ୟକ୍ରମ ହେବାକୁ ଥିବାବେଳେ, ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଯୋଗଦେବେ ।