ନକଲି ସାର୍ଟିଫିକେଟର ମାଷ୍ଟରମାଇଣ୍ଡ : ମନୋଜ ମିଶ୍ର ପଛରେ କିଏ ? କେମିତି ଆରମ୍ଭ କରିଥିଲା ନକଲି ସାର୍ଟିଫିକେଟର ରାକେଟ

893

କନକ ବ୍ୟୁରୋ : ବଲାଙ୍ଗୀର ନକଲି ସାର୍ଟିଫିକେଟ୍ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ନକଲି ସାର୍ଟିଫିକେଟ ରାକେଟର ମାଷ୍ଟରମାଇଣ୍ଡ ମନୋଜ କୁମାର ମିଶ୍ର ଓ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି । ଏକ ମଧ୍ୟବିତ ପରିବାରର ମନୋଜ ମିଶ୍ର କେମିତି ଏତେ ବଡ ରାକେଟର କିଙ୍ଗ ପିନ୍ ହେଲା ତାର କାହାଣୀ ମଧ୍ୟ ଚକିତ କଲା ଭଳି । କେମିତି ସେ ନକଲି ସାର୍ଟିଫିକେଟର ରାକେଟ ଆରମ୍ଭ କଲା । ଜଣେ କିରାଣୀର ପୁଅ ପରିବାର ଚଲାଇବା ପାଇଁ କେମିତି କୋଚିଂ ସେଣ୍ଟର ଖୋଲିଥିଲା । ପରେ ଅର୍ଥ ଲୋଭରେ ପଡି କେମିତି ଜାଲ ସାର୍ଟିଫିକେଟ ବିକ୍ରି କରି ଅମାପ ସମ୍ପତ୍ତିର ଅଧିକାରୀ ହେଲା ।

– ଏକ ମଧ୍ୟବିତ ପରିବାରରୁ ଆସିଛି ମନୋଜ ମିଶ୍ର
– ବି.କମ କରିବା ପରେ ଆର୍ଟସରେ ମାଷ୍ଟର ଡିଗ୍ରୀ କରିଥିଲା
– ବାପାଙ୍କ ଅବସର ପରେ ଟ୍ୟୁସନ କରି ସଂଘର୍ଷ କରୁଥିଲା ମନୋଜ
– ୧୯୯୮ରେ ମନୋଜ ଓ ତାର ୩ ସାଙ୍ଗ ମିଶି କୋଚିଂ ସେଟର ଖୋଲିଥିଲେ
– ବଲାଙ୍ଗିର କୋର୍ଟ ଅଞ୍ଚଳରେ ରିଲାଏନ୍ସ ଏଜୁକେସନ କଂପ୍ଲେକ୍ସ ଖୋଲିଥିଲେ
– ସାଙ୍ଗ ସବୁ ବିଭିନ୍ନ କର୍ମ କ୍ଷେତ୍ରକୁ ଯିବା ପରେ କୋଚିଂ ସେଣ୍ଟରର ମାଲିକ ହୋଇଥିଲା
– କୋଚିଂ ସେଣ୍ଟରରେ ନୂଆ ନୂଆ ପାଠ୍ୟକ୍ରମ ଯୋଡି ଥିଲା ମନୋଜ
– ୨୦୧୬ରେ ଆଲୋକ ରଞ୍ଜନ ଉଦଗାତା କୋଚିଂ ସେଣ୍ଟରରେ ଚାକିରୀ କଲା
– ଏମସିଏ କରିଥିବା ଆଲୋକ କମ୍ପ୍ୟୁଟର ଇନଷ୍ଟ୍ରକ୍ଟର ଭାବେ ଯୋଗ ଦେଇଥିଲା
– ଏହାପରଠୁ ମନୋଜ ମିଶ୍ରଙ୍କ ଆର୍ଥିକ ସ୍ଥିତିରେ ଦ୍ରୁତ ଗତିରେ ଉନ୍ନତି ଆସିଥିଲା
– ଆଲୋକ ଉଦଗାତା ଓ ମନୋଜ ମିଶି ଜାଲ ସାର୍ଟିଫିକେଟର ରାକେଟ ଚଲାଇଲେ
– କମ୍ପ୍ୟୁଟରର ଅବିକଲ ସାର୍ଟିଫିକେଟର ନକଲ କରୁଥିଲା ଆଲୋକ ଉଦଗାତା
– ଲୋକଙ୍କ ଠାରୁ ଟଙ୍କା ନେଇ ନକଲି ସାର୍ଟିଫିକେଟ ଯୋଗାଉଥିଲା ମନୋଜ
– ଅଭିଯୋଗ ପରେ କୋଚିଂ ସେଂଟରରେ ଚଢାଉ କଲା ବଲାଙ୍ଗିର ପୁଲିସ
– କୋଚିଂ ସେଂଟରରୁ ୫ ହଜାର ନକଲି ସାର୍ଟିଫିକେଟ ଜବତ କରିଛି ପୁଲିସ

ନକଲି ସାର୍ଟିଫିକେଟ୍ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ମାଟ୍ରିକ୍ ପରୀକ୍ଷାରେ ପିଲା ଥାର୍ଡ କ୍ଲାସରେ ପାସ୍ କରିଥିଲେ ହେଲେ ନକଲି ସାର୍ଟିଫିକେଟରେ ଫ୍ଲାଷ୍ଟକ୍ଲାସ ପାଇଛନ୍ତି । ପୋଲିସର ତଦନ୍ତ ବେଳେ ଏପରି ତଥ୍ୟ ସାମ୍ନାକୁ ଆସିଛି । ନିଜ ନିଜ ଅଂଚଳର ହାଇସ୍କୁଲ ଗୁଡ଼ିକରେ ଥାର୍ଡ ଡିଭିଜନ୍ରେ ପାସ୍ କରିଥିବା ପ୍ରାର୍ଥୀମାନେ ନକଲି ସାର୍ଟିଫିକେଟ୍ରେ ୯୭ ପ୍ରତିଶତ ମାର୍କ ରଖି ଚାକିରି ହାତେଇବାକୁ ଚେଷ୍ଟା କରିଛନ୍ତି ।

– ନକଲି ସାର୍ଟିଫିକେଟ୍ ଦେଖାଇଥିଲେ ରୀତା ନାଗ, ପରେଶ ବୁଡେକ ଓ ଭୋଜରାଜ ବୁଡେକ
– ୨୦୦୪ରେ ରୀତା ନାଗ ଥାର୍ଡ କ୍ଲାସ୍ରେ ମାଟ୍ରିକ୍ ପାସ୍ କରିଛନ୍ତି
– ୨୦୧୦ରେ ପରେଶ ଓ ଭୋଜରାଜ ଥାର୍ଡ କ୍ଲାସ୍ରେ ମାଟ୍ରିକ୍ ପାସ୍ କରିଛନ୍ତି
– ଚାକିରି ପାଇଁ ୟୁପିର ଝାନ୍ସୀ, ବିଆର ଆମ୍ବେଦକ ଓ ଇଣ୍ଡର ମିଡିଏଟ୍ କଲେଜର ସାର୍ଟିଫିକେଟ୍ ଦେଇଛନ୍ତି
– ଅସଲିରେ ଥାର୍ଡ କ୍ଲାସ ପାଇଥିଲେ ମଧ୍ୟ ସମସ୍ତ ବିଷୟରେ ୯୭ ପ୍ରତିଶରୁ ଅଧିକ ମାର୍କ ରଖିଛନ୍ତି
– ତିନି ଜଣ ଯାକ ମାତୃଭାଷାରେ ୧୦୦ରୁ ୯୯ ନମ୍ବର ରଖିଛନ୍ତି
– ଜଣେ ଟପ୍ପର ପିଲା ବି ମାତୃଭାଷାରେ ୯୯ ମାର୍କ ରଖିବା ଅସମ୍ଭବ

କମ୍ ଶିକ୍ଷିତ କି ଚାକିରି ଆଶାୟୀଙ୍କୁ ନକଲି ସାର୍ଟିଫିକେଟ୍ ଦିଆଯାଉନଥିଲା । ପେଶାଗତ ଅପରାଧୀଙ୍କୁ ବି ଦିଆଯାଉଥିଲା ନକଲି ସାର୍ଟିଫିକେଟ୍ । ଏମାନେ ମାଟ୍ରିକ୍ ସମେତ ବିଜ୍ଞାନ, ବାଣିଜ୍ୟ, କଳା ଆଦି ବିଷୟରେ ଯୁକ୍ତ ଦୁଇ, ସ୍ନାତକ ଆଦି ନକଲି ସାର୍ଟିଫିକେଟ୍ ପାଇଛନ୍ତି ।

ଦୁର୍ଦ୍ଦାନ୍ତ ଅପରାଧୀ ବିଜ୍ଞାନରେ ଫାଷ୍ଟ କ୍ଲାସ

– କୁଖ୍ୟାତ ଅପରାଧୀ ବବ୍ଲୁ ମହାନନ୍ଦର ରହିଛି ସଂପୃକ୍ତି
– ଦୁର୍ଦ୍ଦାନ୍ତ ଅପରାଧୀ ବବ୍ଲୁ ମହାନନ୍ଦ ପାଇଛି ଉଚ୍ଚଶିକ୍ଷା ସାର୍ଟିଫିକେଟ୍
– ପୋଲିସର ଖୋତାଡ ବେଳେ ସାମ୍ନାକୁ ଆସିଛି ନୂଆ ତଥ୍ୟ
– ଉତ୍ତରପ୍ରଦେଶ ବୋର୍ଡରୁ ଯୁକ୍ତ ଦୁଇ ବିଜ୍ଞାନ ସାର୍ଟିଫିକେଟ୍ ପାଇଛି
– ୨୦୦୮ରେ ବାରଣାସୀରୁ ହାଇସ୍କୁଲ ସାର୍ଟିଫିକେଟ୍ ପାଇଛି
– ଏସ୍ଏସ୍ ଏମ୍ଆଇସି ସିଂହପୁର ହାଇସ୍କୁଲରୁ ରେଗୁଲାର ଛାତ୍ର ଭାବେ ଫାଷ୍ଟ କ୍ଲାସ
– ବବ୍ଲୁ ନାଁରେ ରହିଛି ଅନେକ ଅପରାଧିକ ମାମଲା
– ଡକାୟତି, ଲୁଟ୍, ବଟି ଆଦାୟ ଭଳି ସଙ୍ଗୀନ ମାମଲା ରହିଛି
– କାହିଁକି ବବଲୁକୁ ଆବଶ୍ୟକ ପଡ଼ିଲା ଯୁକ୍ତ ଦୁଇ ବିଜ୍ଞାନ ସାର୍ଟିଫିକେଟ୍ ?