୨୦୨୪ ପୂର୍ବରୁ ବିଜେପିର ସଙ୍ଗଠନରେ ବଡ ପରିବର୍ତ୍ତନ । ୪ ରାଜ୍ୟରେ ବଦଳିଲେ ସଭାପତି । ଡି ପୁରନ୍ଦେଶ୍ୱରୀ ହେଲେ ଆନ୍ଧ୍ରପ୍ରଦେଶ ଅଧ୍ୟକ୍ଷ

344

କନକ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସଙ୍ଗଠନ ସଜାଡୁଛି ଭାରତୀୟ ଜନତା ପାର୍ଟି । ଏହିକ୍ରମରେ ଆଜି ଦଳ ୪ଟି ରାଜ୍ୟରେ ନିଜର ଅଧ୍ୟକ୍ଷ ପରିବର୍ତ୍ତନ କରିଛି । ପଞ୍ଜାବ ସହିତ ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଭାରତୀୟ ଜନତା ପାର୍ଟି ନୂଆ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଇଛି । ଝାଡଖଣ୍ଡରେ ବାବୁଲାଲ ମାରାଣ୍ଡିଙ୍କୁ ବିଜେପି ନିଜର ନୂଆ ଅଧ୍ୟକ୍ଷ ଦାୟିତ୍ୱ ଦେଇଥିବାବେଳେ, ସୁନୀଲ ଜାଖଡଙ୍କୁ ପଞ୍ଜାବର ଦାୟିତ୍ୱ ଦେଇଛି ଦଳ । ସେହିପରି ପୁରନ୍ଦେଶ୍ୱରୀଙ୍କୁ ଆନ୍ଧ୍ରପ୍ରଦେଶର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ତା ସହିତ ତେଲେଙ୍ଗାନାର ନୂଆ ଅଧ୍ୟକ୍ଷ ହେଇଛନ୍ତି ଜି କିଶନ ରେଡ୍ଡୀ ।