ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା । ୧୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଂଚଳ ପାଇଁ ୧୯୫ ପ୍ରାର୍ଥୀଙ୍କ ନାଁ ଜାରି

602

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଜାରି ହେଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୧୯୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ବାରାଣାସୀରୁ ଲଢିବାକୁ ଯାଉଥିବା ବେଳେ ଗୁଜରାଟ ଗାନ୍ଧୀନଗରରୁ ଗୃହମନ୍ତ୍ରୀ ଅମିତ୍ ଶାହା, ଲକ୍ଷେ୍ନøରୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଆମେଠି ସଂସଦୀୟ କ୍ଷେତ୍ରରୁ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି ପୋରବନ୍ଦରରୁ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏବଂ ଏବଂ ଗୁନା ଆସନରୁ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ ଦୁଇଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଛି । ମୋଟ ୧୬ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଂଚଳ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୩୪ଜଣ କେନ୍ଦ୍ରମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି । ଏହି ତାଲିକାରେ ୫୭ଜଣ ଓବିସି, ୨୭ଜଣ ଏସସି, ୧୮ଜଣ ଏସଟି ଏବଂ ୨୮ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ୧୬ରାଜ୍ୟ ମଧ୍ୟରୁ ଉତରପ୍ରଦେଶରୁ ସର୍ବାଧିକ ୫୧, ମଧ୍ୟପ୍ରଦେଶରୁ ୨୪, ଗୁଜରାଟରୁ ୧୫, ରାଜସ୍ଥାନରୁ ୧୫, ପଶ୍ଚିମବଙ୍ଗରୁ ୨୦, କେରଳରୁ ୧୨, ଝାଡ଼ଖଣ୍ଡରୁ ୧୨, ଦିଲ୍ଲୀରୁ ୧୧, ଉତରାଖଣ୍ଡରୁ ୩, ଅରୁଣାଚଳ ପ୍ରଦେଶରୁ ୨, ଗୋଆରୁ ୧, ତ୍ରିପୁରାରେ ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ବାକି ଥିବା ଆସନ ଗୁଡ଼ିକ ପାଇଁ ପୁଣିଥରେ ଆସନ୍ତାକାଲି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବାକୁ ଯାଉଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।