କଂଗ୍ରେସ ଅଧ୍ୟକ୍ଷ ଓ ବରିଷ୍ଠ ନେତାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଲିଗାଲ ନୋଟିସ । ଭିଡିଓ ଡିଲେଟ କରିବା ସହ ୩ ଦିନ ଭିତରେ କ୍ଷମାମାଗିବାକୁ ଦାବି

213

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ବରିଷ୍ଠ ନେତା ଜୟରାମ ରମେଶଙ୍କୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଲିଗାଲ ନୋଟିସ । କଂଗ୍ରେସ ତାଙ୍କର ଏକ ସାକ୍ଷାତକାର ସମୟର ଭିଡିଓକୁ ବିକୃତ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଗଡକରୀ ଅଭିଯୋଗ କରିଛନ୍ତି । ଭିଡିଓ ଡିଲେଟ କରିବା ସହ ୩ଦିନ ମଧ୍ୟରେ କ୍ଷମା ମାଗିବାକୁ ନୋଟିସରେ କୁହାଯାଇଛି । ଗଡକରୀ କହିଛନ୍ତି ୧୯ ସେକେଣ୍ଡର ଭିଡିଓ କ୍ଲିପକୁ ବିକୃତ କରି ପୋଷ୍ଟ କରାଯାଇଛି । ତାଙ୍କ ଭାବମୂର୍ତିକୁ ଖରାପ କରିବାକୁ କଂଗ୍ରେସ ଓ ନେତାଙ୍କ ଏକ ଷଡଯନ୍ତ୍ର, ଧାମିିର୍କ ମତଭେଦ ସୃଷ୍ଟି କରିବାକୁ ପ୍ରୟାସ । ତେଣୁ କ୍ଷମା ଦାବି କରି ସେ ଲିଗାଲ ନୋଟିସ ପଠାଇଛନ୍ତି ।