ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ନିବାଚନ ଇସ୍ତାହାର ଆଣିବ ବିଜେଡି । ଜାରି ହେଲା ହ୍ୱାଟ୍ସଆପ୍ ନମ୍ବର ଓ ଇମେଲ୍ ଆଇଡି ।

417

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଛାତ୍ରଙ୍କ ପାଇଁ ବିଜେଡିର ଇସ୍ତାହାର । ବିଜେଡି ତା’ର ଇସ୍ତାହାରରେ ଛାତ୍ରଙ୍କ ପାଇଁ ସ୍ୱତନ୍ତ୍ର ଘୋଷଣା କରିବାକୁ ଯାଉଛି । ଇସ୍ତାହାର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳ ଷଷ୍ଠଥର ସରକାରକୁ ଆସିଲେ, ପ୍ରଥମ କ୍ୟାବିନେଟରେ ହିଁ ସବୁ ଘୋଷଣା ପୂରଣ ହେବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛି ବିଜେଡି । ତେବେ ଇସ୍ତାହାରରେ କ’ଣ କ’ଣ ରହିବ, ସେ ନେଇ ସବୁ ଜିଲ୍ଲାରୁ ମତ ସଂଗ୍ରହ କରିବ ବିଜୁ ଛାତ୍ର ଜନତା ଦଳ । ଇସ୍ତାହାର ପାଇଁ ଜିଲ୍ଲା ଗସ୍ତ ସମୟରେ ଛାତ୍ରଛାତ୍ରୀଙ୍କ କ’ଣ ଆବଶ୍ୟକତା ରହିଛି, ସେସବୁର ମତାମତ ନିଆଯିବ । ପରାମର୍ଶ ପାଇଁ ଇ-ମେଲ ଓ ହ୍ୱାଟ୍ସଆପ୍ ମାଧ୍ୟମରେ ମତାମତ ନିଆଯିବ । ମତାମତ ସଂଗ୍ରହର ୭ ଦିନ ଭିତରେ ୫-ଟି ଅଧ୍ୟକ୍ଷଙ୍କୁ ରିପୋର୍ଟ ପ୍ରଦାନ କରାଯିବ ।