ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଖୋଲିବା ପ୍ରସଙ୍ଗ : ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ; ଜବାବ ରଖିଲା ବିଜେଡ଼ି

126

କନକ ବ୍ୟୁରୋ : ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପ୍ରତିଷ୍ଠା ନେଇ କ୍ୟାବିନେଟ୍ ନିଷ୍ପତ୍ତି ପରେ ତେଜିଲା ରାଜନୀତି । ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ । ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଆଣିଛନ୍ତି ସାଂଘାତିକ୍ ଅଭିଯୋଗ । ନିର୍ବାଚନ ଆସିଲେ ସରକାର ଏଭଳି ଅନେକ ଘୋଷଣା କରନ୍ତି । କାଳିଆ- ବଳିଆ ଓ ବିଜୁ ଯୁବ ବାହିନୀ ଭଳି ଅନେକ ଯୋଜନା କରିଛନ୍ତି । ଓଡ଼ିଶା ମୋ ପରିବାର ତାଙ୍କର ଦଳୀୟ କାର୍ଯ୍ୟକ୍ରମ ଥିଲା ତାକୁ ଏବେ ଦଳୀୟ ସ୍ୱୀକୃତି ଦିଆଯାଇଛି ବୋଲି ବିଜେପି ବିଧାୟକ ଅଭିଯୋଗ କରିଛନ୍ତି ।

ଦଳୀୟ କାର୍ଯ୍ୟକ୍ରମକୁ ସରକାରୀ ସ୍ୱୀକୃତି ଦେଇ ରାଜ୍ୟ ସରକାର ଅର୍ଥ ଖର୍ଚ୍ଚ କରିବାକୁ ଯୋଜନା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସେହିପରି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ସମାନ ଢ଼ଙ୍ଗରେ ଅଭିଯୋଗ ଆଣିଛନ୍ତି । ଏହି ନିର୍ଦ୍ଦେଶାଳୟ ଦ୍ୱାରା କିଛି ଲାଭ ହେବ ନାହିଁ କେବଳ ଭୁଆଁ ବୁଲାଇବା ପାଇଁ ଉଦ୍ୟମ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ତେବେ ବିରୋଧୀଙ୍କ ଅଭିଯୋଗର ପ୍ରତିକ୍ରିୟା ରଖିଛି ବିଜେଡ଼ି । ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି ଏହା କୌଣସି ଦଳୀୟ କାର୍ଯ୍ୟ ନୁହେଁ କିମ୍ବା ଦଳୀୟ କାର୍ଯ୍ୟକ୍ରମକୁ କୌଣସି ସରକାରୀ ସ୍ୱୀକୃତି ଦିଆଯାଇନାହିଁ ।