ଆଜି ବିଶ୍ୱ ଜନସଂଖ୍ୟା ଦିବସ : ସାମ୍ନାକୁ ଆସିଲା ଚମକାଇ ଦେବା ଭଳି ତଥ୍ୟ; ୨୦୨୩ରେ ଭାରତ ହେବ ବିଶ୍ୱର ସର୍ବାଧିକ ଜନବହୁଳ ଦେଶ

252

କନକ ବ୍ୟୁରୋ : ଆଜି ବିଶ୍ୱ ଜନସଂଖ୍ୟା ଦିବସ । ଆଜିର ଦିନରେ ଜାତିସଂଘ ଚକମାଇଦେଲା ଭଳି ରିପୋର୍ଟ ପ୍ରକାଶ କରିଛି । ଜାତିସଂଘର ରିପୋର୍ଟ ଅନୁସାରେ ଲୋକସଂଖ୍ୟାରେ ଆସନ୍ତାବର୍ଷ ଚୀନର ଜନସଂଖ୍ୟାକୁ ଟପିଯିବ ଭାରତ । ଆସନ୍ତାବର୍ଷ ଭାରତ ହେବ ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର । ରିପୋର୍ଟ ଅନୁସାରେ ୨୦୩୦ ନଭେମ୍ବର ସୁଦ୍ଧା ବିଶ୍ୱର ଜନସଂଖ୍ୟା ୮୫୦ କୋଟି ଛୁଇଁବ ।

ଜନସଂଖ୍ୟା ବିସ୍ଫୋରଣ : – 

– ୨୦୨୩ରେ ଭାରତ ହେବ ବିଶ୍ୱର ସର୍ବାଧିକ ଜନବହୁଳ ଦେଶ
– ଚୀନର ଜନସଂଖ୍ୟାଠାରୁ ଟପିଯିବ ଭାରତର ଜନସଂଖ୍ୟା
– ଜାତିସଂଘର ରିପୋର୍ଟ ଅନୁସାରେ ୨୦୨୨ରେ ଭାରତର ଜନସଂଖ୍ୟା ୧୪୧.୨ କୋଟି ଓ ଚୀନ୍ର ଜନସଂଖ୍ୟା ୧୪୨.୬ କୋଟି
– ୟୁଏନ ରିପୋର୍ଟ ଅନୁସାରେ ୨୦୩୦ ନଭେମ୍ବର ସୁଦ୍ଧା ବିଶ୍ୱର ଜନସଂଖ୍ୟା ୮୫୦ କୋଟି ଛୁଇଁବ
– ୨୦୫୦ରେ ଏହା ବଢି ୯୭୦ କୋଟିରେ ପହଂଚିବ
– ୨୦୮୦ ବେଳକୁ ୧୦୦୦ କୋଟି ଟପିଯିବ
– ୨୦୫୦ ସୁଦ୍ଧା ବିଶ୍ୱରେ ବର୍ଦ୍ଧିତ ଜନସଂଖ୍ୟାରେ ଅର୍ଦ୍ଧାଧିକ କେବଳ ୮ଟି ଦେଶରେ ଦେଖିବାକୁ ମିଳିବ
– ଭାରତ ସହ ଏହି ତାଲିକାରେ ପାକିସ୍ତାନ, କଙ୍ଗୋ, ଇଜିପ୍ଟ, ଇଥିଓପିଆ, ନାଇଜେରିଆ, ଫିଲିପାଇନ୍ସ ଓ ତାଞ୍ଜାନିଆ ରହିଛନ୍ତି
– ବିଶ୍ୱର ୪୬ ଅନୁନ୍ନତ ଦେଶର ଜନସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି
– ୨୦୨୨ରୁ ୨୦୫୦ ଭିତରେ ଏହି ଦେଶଗୁଡିକର ଜନସଂଖ୍ୟା ଦ୍ୱିଗୁଣିତ ହେବାର ସମ୍ଭାବନା ରହିଛି
– ବିଶ୍ୱରେ ମଣିଷର ହାରାହାରି ଜୀବନକାଳ ୨୦୨୧ରେ ୭୧ ବର୍ଷକୁ ଖସିଛି
– ୨୦୧୯ରେ ହାରାହାରି ଜୀବନକାଳ ୭୨.୮ ବର୍ଷ ଥିଲା
– କରୋନା ମହାମାରୀ ଯୋଗୁ ଏହି ଆୟୁଷ ହ୍ରାସ ହୋଇଥିବା ରିପୋର୍ଟରେ ଉଲ୍ଲେଖ