ନବୀନ ଗ୍ୟାରେଣ୍ଟି: ପର୍ଯ୍ୟାକ୍ରମେ ସମସ୍ତେ ପାଇବେ ବିଏସକେୱାଇ କାର୍ଡର ସୁବିଧା

327

କନକ ବ୍ୟୁରୋ: ଆଜି ବିଜେଡି ତାର ଘୋଷଣା ପତ୍ର ଜାରି କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣାପତ୍ର ଜାରି କରିଛନ୍ତି । ତେବେ ଏହି ଘୋଷଣାପତ୍ର ଭିତରେ ବିଏସକେୱାଇକାର୍ଡକୁ ନେଇ ଏକ ବଡ ଘୋଷଣା କରାଯାଇଛି । ବିଏସକେୱାଇର କାର୍ଡର ପରିସର ବୃଦ୍ଧି କରାଯିବ । ପର୍ଯ୍ୟାକ୍ରମେ ସମସ୍ତେ ବିଏସକେୱାଇ କାର୍ଡର ସୁବିଧା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣାପତ୍ରରେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମର ପ୍ରମୁଖ ସ୍କିମ୍ ବିଏସକେୱାଇ ନଵୀନ କାର୍ଡ ପ୍ରବର୍ତ୍ତନ ପ୍ରାୟ ସମସ୍ତ ବର୍ଗଙ୍କୁ କଭରେଜ୍ କରିବ । ଏଥିରେ ମଧ୍ୟବିତ୍ତ, ସରକାରୀ କର୍ମଚାରୀ, ଚୁକ୍ତିଭିତ୍ତିକ ଶ୍ରମିକମାନେ ପର୍ୟ୍ୟାୟ କ୍ରମେ ଅନ୍ତର୍ଭୁକ୍ତ ହେବେ । ଆମେ ଆସନ୍ତା ୧୦ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ ପାଇଁ ସର୍ବନିମ୍ନ ଖର୍ଚ୍ଚର ରାଜ୍ୟ ହୋଇପାରିବା । ଏହି ସ୍ୱାସ୍ଥ୍ୟ ନିଶ୍ଚିତତା ଆମ ଜନସଂଖ୍ୟାକୁ ସଶକ୍ତ କରିବ ଏବଂ ଆମ ରାଜ୍ୟକୁ ଆଗକୁ ବଢ଼ାଇବ  ।