ବାବୁଙ୍କୁ ନେଇ ବିଶ୍ୱେଶ୍ୱରଙ୍କ ବିବାଦୀୟ ବୟାନ: ଅଧିକାରୀଙ୍କୁ ଡକାୟତ ସହ କଲେ ତୁଳନା!

191

କନକ ବ୍ୟୁରୋ: ପୁଣିଥରେ ସରକାରୀ ଅଧିକାରୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ସରକାରୀ ଅଧିକାରୀଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀଙ୍କ ଅସନ୍ତୋଷ ଚର୍ଚ୍ଚାରେ ରହି ଆସିଛି । ଏପରିକି ସରକାରୀ ଅଧିକାରୀଙ୍କୁ ମାଡମାରିଥିବା ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ରହିଛି । ଏବେ ଡକାୟତ ବୋଲି ଆକ୍ଷେପ କରି ବିବାଦକୁ ଆହୁରି ତେଜିଛନ୍ତି ବିଶେଶ୍ୱର । ଶନିବାର ଦିନ ବାଲେଶ୍ୱରର ବାଲିଆପାଳ ଜାମକୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସେ ଯୋଗ ଦେଇଥିଲେ । ଏହି ଅବସରରେ ବାବୁଙ୍କ ଉପରେ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ ।

ବାଲିଆପାଳରେ ଏଭଳି ବୟାନ ଦେଇ ପୁଣିଥରେ ବିବାଦୀୟ ହୋଇ ପଡିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଜଣେ କେନ୍ଦ୍ରମନ୍ତ୍ରୀ ଏଭଳି ମନ୍ତବ୍ୟ ଦେବା ଶୋଭନୀୟ ବୋଲି କହିଛନ୍ତି ବୁଦ୍ଧିଜୀବୀ । ସେପଟେ ବାଲେଶ୍ୱର ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର କହିଛନ୍ତି, ରାଜ୍ୟରେ ଏବେ ଯେଉଁ ବାବୁ ପ୍ରଥା ଚାଲିଛି, ତାହାକୁ ନଜରରେ ରଖି କେନ୍ଦ୍ରମନ୍ତ୍ରୀ ଏଭଳି କହିଥାଇ ପାରନ୍ତି ।

ସରକାରୀ ଅଧିକାରୀଙ୍କ ପ୍ରତି କଡ଼ା ଆଭିମୁଖ୍ୟ ରଖି ଆସିଛନ୍ତି ମୟୂରଭଂଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ଜନ ପ୍ରତିନିଧିଙ୍କୁ ଅଧିକାରୀ ସମ୍ମାନ ଜଣାଉନଥିବା ନେଇ ଅନେକ ଥର ସେ ଅଭିଯୋଗ କରିଛନ୍ତି । ପୂର୍ବରୁ ସରକାରୀ ଅଧିକାରୀଙ୍କୁ ମାଡ ମାରିବା କହି ବିବାଦରେ ରହିଥିବା ବେଳେ ଏବେ ଡକାୟତ ସହ ତୁଳନା, ବିବାଦରେ ଘିଅ ଢ଼ାଳିବା ସଦୃଶ୍ୟ ହୋଇଛି ।