ଶିକ୍ଷକ ଚୟନରେ ଓଏସଏସସିର ଅଜବ ବ୍ୟବସ୍ଥା! ୦.୫ ପର୍ସେଣ୍ଟାଇଲ୍ ରଖି ପ୍ରିଲିମିନାରୀ ପରୀକ୍ଷାରେ ପାସ୍

10,166

କନକ ବ୍ୟୁରୋ: ଶିକ୍ଷକ ଚୟନ ଲାଗି ଓଡିଶା କର୍ମଚାରୀ ଚୟନ ଆୟୋଗ ବା ଓଏସଏସସିର ପ୍ରିଲିମିନାରୀ ବା ପ୍ରାଥମିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଆରମ୍ଭ ହୋଇଛି ବଡ ବିତର୍କ । ପ୍ରିଲିମ ପରୀକ୍ଷାରେ ୧ ପର୍ସେଂଟାଇଲ୍ରୁ କମ୍ ସ୍କୋର କରିଥିବା ପ୍ରାର୍ଥୀ ମେନ୍ ପରୀକ୍ଷାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପ୍ରାର୍ଥୀଙ୍କ କ୍ଷେତ୍ରରେ ଏଭଳି ଚୟନ କରାଯାଇଥିବା ଅଭିଯୋଗ ହୋଇଛି । କୋଟା ଆଧାରରେ ପ୍ରାର୍ଥୀ ଦ୍ୱିତୀୟ ପର୍ଯ୍ୟାୟକୁ ଯାଇଥିବାବେଳେ, ସର୍ବନିମ୍ନ ମାର୍କ କଟକଣା କାହିଁକି ରଖାଯାଇନାହିଁ, ଏହାକୁ ନେଉ ପ୍ରଶ୍ନ ଉଠିଛି ।

ମେଧା ବନମା କୋଟା
ଦୁର୍ବଳ ହେବ କି ଶିକ୍ଷା ବ୍ୟବସ୍ଥା?
ନଜର ପକାନ୍ତୁ ଓଏସଏସସି ଦ୍ୱାରା ପ୍ରକାଶ ପାଇଥିବା ପରୀକ୍ଷାଫଳ ଉପରେ..
ସର୍ବନିମ୍ନ ମାର୍କ କଟକଣା
ଟିଜିଟି କଳାରେ ସାଧାରଣ ବର୍ଗଙ୍କ ପାଇଁ ସର୍ବନିମ୍ନ ମାର୍କ ରହିଛି ୪୪.୩୬ ପର୍ସେଂଟାଇଲ୍
ଏସଟି ୦.୫୪ ଓ ଏସଟି (ମହିଳା) ୦.୫୨ ପର୍ସେଂଟାଇଲ ରଖି ମେନ୍ ପରୀକ୍ଷା ପାଇଁ ଯୋଗ୍ୟ

ସେହିପରି
ଟିଜିଟି ବିଜ୍ଞାନରେ ସାଧାରଣ ବର୍ଗଙ୍କ ଲାଗି ସର୍ବନିମ୍ନ ମାର୍କ ୬୪.୨ ପର୍ସେଂଟାଇଲ
ଏସସି ୧୯.୩ ଓ ଏସଟି (ମହିଳା) ୦.୫୭ ପର୍ସେଂଟାଇଲ ରଖି କୃତକାର୍ଯ୍ୟ

ଓଏସଏସସିର ଏହି ଅଜବ ନୀତିକୁ ନେଇ ଶାସକ ଦଳକୁ ଟାର୍ଗେଟ କରି ବିରୋଧୀ କହିଛନ୍ତି ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିବାକୁ ଚାହୁଁଛି ସରକାର । ଏପଟେ ରିଜରଭେସନ ପଲିସିକୁ ମାନିବାକୁ ସମସ୍ତେ ବାଧ୍ୟ ଏବଂ ରାଜ୍ୟ ହେଉ ବା କେନ୍ଦ୍ର ସମସ୍ତେ ଦେଶର ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ମାନିବାକୁ ବାଧ୍ୟ ବୋଲି ଜବାବ ରଖିଛି ବିଜେଡି । କୋଟା ବ୍ୟବସ୍ଥାକୁ ବିରୋଧ କରାଯାଉନାହିଁ । କିନ୍ତୁ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ପାଇଁ ପ୍ରତି ବର୍ଗ ଲାଗି ସର୍ବନିମ୍ନ ମାର୍କ କଟକଣା ରଖାଯିବା ଆବଶ୍ୟକ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି ।