ରାସ୍ତାକଡରେ ଚା’ ପିଇଲେ କୋଟିପତି: ବିଲଗେଟ୍ସଙ୍କ ଦିଲ୍ ଜିତିଲା ଡୋଲି ଚା’ବାଲା

464

କନକ ବ୍ୟୁରୋ: ସକାଳ ହେଉ କି ସନ୍ଧ୍ୟା ଭାରତୀୟ ମାନଙ୍କ ପ୍ରଥମ ପସନ୍ଦ ଟିକେ ଗରମ ଚା । ଶୀତ ହେଲେ ଏଠି ଲୋକ ଚା ଖୋଜନ୍ତି ବର୍ଷା ହେଲେ ବି ଚା ଖୋଜନ୍ତି । ରାସ୍ତା କଡର ଚା ଦୋକାନରେ ଏଠି ଧନୀ ଗରିବ ସବୁ ଚା ପାଇଁ ଦିୱାନା । ତେଣୁ ଭାରତର କୋଣ ଅନୁକୋଣରେ ଚା ଫେମସ । ତେବେ ସୁଦୂର ଆମେରିକାରୁ ଆସି ନାଗପୁରର ରାସ୍ତା କଡରେ ଚା’ ପିଇଛନ୍ତି ବିଶ୍ୱର କୋଟିପତି ବ୍ୟକ୍ତି ବିଲଗେଟ୍ସ । ଆଉ ସେ ଡୋଲି ଚା’ ବାଲାଠାରୁ ଚା ପିଇଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ନିକଟରେ ଭାରତ ଗସ୍ତରେ ଆସିଥିଲେ ମାଇକ୍ରୋସଫ୍ଟର ସହ ସଂସ୍ଥାପକ ବିଲଗେଟ୍ସ । ସେ ଏହି ଗସ୍ତ ସମୟରେ ନାଗପୁରରେ ଏକ ଚା ଦୋକନାରେ ଚା ପିଇ ତାକୁ ସୋସିଆଲମିଡିଆରେ ପୋଷ୍ଟ କରିଥିଲେ ଆଉ ଚା ବାଲାକୁ ପ୍ରଶଂସା କରିଥିଲେ । ତେବେ ବିଲଗେଟ୍ସ ଯେଉଁ ଚାବାଲାର ପ୍ରଶଂସା କରିଛନ୍ତି ସେ ହେଉଛନ୍ତି ଭାରତର ଜଣେ ଫେମସ ଚା’ ଦୋକାନୀ ଡୋଲି ଚାବାଲା । ନିଜ ଖାସ ଅନ୍ଦାଜ ଯୋଗୁଁ ସାରା ଭାରତରେ ପରିଚିତ ।

ମହାରାଷ୍ଟ୍ରର ନାଗପୁରରେ ଡୋଲି ଚାବାଲାର କିଛି ଅଲଗା କ୍ରେଜ ରହିଛି । ୧୦ମ ପରେ ପାଠପଢା ଛାଡି ଗତ ୧୬ ବର୍ଷ ହେବ ନାଗପୁରର ସିଭିଲ ଲାଇନରେ ଚା ଦୋକାନ ଚଲାଉଛନ୍ତି । ଯିଏ ବି ଡୋଲିଙ୍କ ଚା ଦୋକାନକୁ ଚା ପିଇବାକୁ ଆସିଥାନ୍ତି ସେ ତାଙ୍କ ଷ୍ଟାଇଲ ଓ ସ୍ୱାଦର ଦିୱାନା ହୋଇଯାଆନ୍ତି । ଡୋଲି ରଜନୀକାନ୍ତ ଷ୍ଟାଇଲରେ ଗ୍ରାହକଙ୍କ ଚା ଦେଇଥାନ୍ତି । ଆଉ ଭିନ୍ନ ଶୈଳୀରେ ଗ୍ରାହକଙ୍କୁ ସ୍ୱାଗତ ବି କରିଥାନ୍ତି । ତେବେ ତାଙ୍କର ଏଭଳି ଷ୍ଟାଇଲ ଆଉ ଟେଷ୍ଟି ଚା ପାଇଁ ବିଲଗେଟ୍ସ ବି ଫିଦା ହୋଇଯାଇଛନ୍ତି ।

ବିଲଗେଟ୍ସ ଡୋଲି ଚା’ ବାଲାଠୁ ଚା ପିଉଥିବାର ଭିଡିଓ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ଅପଲୋଡ କରିଛନ୍ତି । ଭିଡିଓରେ ବିଲଗେଟ୍ସ ଗୋଟେ କପ ଚା ଅର୍ଡର କରୁଛନ୍ତି । ଆଉ ଡୋଲି ନିଜ ଷ୍ଟାଇଲରେ ଚା ତିଆରି କରୁଛନ୍ତି । ଆଉ ଗୋଟେ କପ ଚା ବିଲଗେଟ୍ସଙ୍କ ଆଡକୁ ବଢାଇ ଦେଉଛନ୍ତି । ଆଉ ବିଲଗେଟ୍ସ ଚା ପିଉଛନ୍ତି । ଏହି ଭିଡିଓକୁ ସେ ଅପଲୋଡ କରି କ୍ୟାପସନରେ ଲେଖିଛନ୍ତି, ଭାରତରେ ଆପଣ ସବୁ ସ୍ଥାନରେ ନୂଆ ଉଦ୍ଭାବନ ପାଇବେ । ଏମିତି କି ଗୋଟିଏ ଛୋଟିଆ ଚା କପ ତିଆରି କରିବାରେ ବି ।

ନିଜ ହେୟାର ଷ୍ଟାଇଲ, ଷ୍ଟାଇଲିସ ଚଷମା, ଆଉ ଭିନ୍ନ ଅନ୍ଦାଜ ଡୋଲି ଚା ବାଲାଙ୍କୁ ଦେଇଛି ଖାସ ପରିଚୟ । ନିଜର ଏହି ଛୋଟିଆ ଚା ଦୋକାନରୁ ସେ ଭଲି ରୋଜଗାର ବି କରିପାରୁଛନ୍ତି । ଅନେକ ସେଲିବ୍ରିଟି ଡୋଲିଙ୍କ ଷ୍ଟାଇଲରେ ପ୍ରଭାବିତ ହୋଇଛନ୍ତି । ଆଉ ସୋସିଆଲମିଡିଆରେ ସେ ଅନେକ ସମୟରେ ଚର୍ଚ୍ଚାରେ ବି ରହିଥାନ୍ତି ।