ଓଡ଼ିଶାରେ ପହଂଚିଛନ୍ତି ସୁନା ପୁଅ ପ୍ରମୋଦ ଭଗତ: ଭୁବନେଶ୍ୱର ବିମାନ ବନ୍ଦରରେ ବଜା ବଜାଇ, ବାଣ ଫୁଟାଇ ଭବ୍ୟ ସ୍ୱାଗତ

337

କନକ ବ୍ୟୁରୋ: ଓଡ଼ିଶାରେ ପହଂଚିଛନ୍ତି ସୁନା ପୁଅ ପ୍ରମୋଦ ଭଗତ । ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ତାଙ୍କୁ ବଜା ବଜାଇ, ବାଣ ଫୁଟାଇ ଭବ୍ୟ ସ୍ୱାଗତ କରାଯାଇଛି । ଭାରତୀୟ ପାରା ବ୍ୟାଡମିଂଟନ ତାରକା ପ୍ରମୋଦ ଭଗତ ଦେଶ ପାଇଁ ପାଂଚଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଚଳିତ ବର୍ଷ ବିଶ୍ୱ ପାରା ବ୍ୟାଡମିଂଟନ ପ୍ରତିଯୋଗୀତାରେ ପ୍ରମୋଦ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ ୧୪-୨୧, ୨୧-୧୫, ୨୧-୧୪ରେ ହରାଇଥିଲେ । ଏଥିସହ ମୋଟ ୫ ଥର ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳତା ପାଇଛନ୍ତି ପ୍ରମୋଦ । ୨୦୦୯, ୨୦୧୫, ୨୦୧୯, ୨୦୨୨, ୨୦୨୪ରେ ୫ ଥର ସ୍ୱର୍ଣ୍ଣ ଜିତି ଲିନ ଡାନଙ୍କ ସମକକ୍ଷ ହୋଇଛନ୍ତି ପ୍ରମୋଦ । ଓଡ଼ିଶା ଫେରିବା ପରେ ନିଜର ଅନୁଭୂତି ବଖାଣିଛନ୍ତି ପ୍ରମୋଦ ଭଗତ ।