କର୍ଣ୍ଣାଟକ ବିଧାନସଭା ନିର୍ବାଚନ : ପ୍ରାର୍ଥୀ ଘୋଷଣା ପାଇଁ କାହିଁକି ବିଳମ୍ବ କରୁଛନ୍ତି ଦୁଇ ମୁଖ୍ୟ ଜାତୀୟ ଦଳ?

104

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ପାଇଁ ଆଉ ମାସଟେ ବାକି ରହିଥିବା ବେଳେ ଏପର୍ଯ୍ୟନ୍ତ ଦୁଇ ମୁଖ୍ୟ ଜାତୀୟ ଦଳ ବିଜେପି ଅବା କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହିଁ । ଆଂଚଳିକ ଦଳ ଜେଡିଏସ୍ ଏଚଡି କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି । ତେବେ କାହିଁକି ବିଜେପି ଓ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରୁନାହାଁନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇଙ୍କ ନେତ୍ୱତ୍ୱରେ ବିଜେପି ନିର୍ବାଚନ ଲଢିବ ବୋଲି ସ୍ଥିର କରିଛି । କିନ୍ତୁ କିଏ ମୁଖ୍ୟମନ୍ତ୍ରୀ ହେବ ସେନେଇ କିଛି ଘୋଷଣା କରାଯାଇନାହିଁ ।

୨୦୧୮ ବିଧାନସଭା ନିର୍ବାଚନରେ ବର୍ଷଟେ ପୂର୍ବରୁ ବିଜେପି ସଭାପତି ଅମିତ ଶାହା ୟେଦିୟୁରପାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିଲା । ଏଥର ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନ କରିବାର ମୁଖ୍ୟ କାରଣ ହେଉଛି ୟେଦିୟୁରପା ଭଳି ବିଜେପି ସେଭଳି କୌଣସି ବଡ ମୁହଁ ନାହାଁନ୍ତି ।

ସେପଟେ କଂଗ୍ରେସ ସରକାର ଗଢିବ ବୋଲି ସି-ଭୋଟର ସର୍ଭେ କହିଛି । କିନ୍ତୁ ଏହା ପରେ ବି କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ । କାରଣ ଦଳରେ ଥିବା ଗୋଷ୍ଠୀକନ୍ଦଳ । ଯଦି ଦଳ ଏବେଠୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁଛି ତେବେ ଦଳ ଭିିତରେ ବିଦ୍ରୋହ ସୃଷ୍ଟି ହୋଇପାରେ । ତେଣୁ ଦଳ କହିଛି ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଚୟନ କରାଯିବ । ତେବେ କର୍ଣ୍ଣାଟକଙ୍କ ଜାତିଭିତିକ ଭୋଟ ସବୁଠୁ ଗୁରୁତ୍ୱ ବହନ କରେ । ଦୁଇ ଜାତି ଲିଙ୍ଗାୟତ ଏବଂ ଭୋକାଲିଗାସ ଭୋଟ ହାତାଇବାକୁ ଉଭୟ ବିଜେପି ଏବଂ କଂଗ୍ରେସ ଚେଷ୍ଟା ଚଳାଇଛନ୍ତି । କିନ୍ତୁ ଜେଡିଏସ୍ ହାତରେ ଅଧିକାଂଶ ଭୋକାଲିଗାସ ଭୋଟ । ହେଲେ ୨୨୪ ଆସନ ବିଶିଷ୍ଟ ଏହି ରାଜ୍ୟରେ କିଏ ସରକାରଙ୍କୁ ଆସିବ ତାହା ଏବେଠୁ ଆକଳନ କରିବା କଷ୍ଟ ।