ଭୁବନେଶ୍ୱରରୁ ବିଶାଖାପାଟଣା ଚାଲିବ ଟ୍ରେନ୍ । ଓଡ଼ିଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ । ୮୫ ହଜାର କୋଟିର ରେଳ ପ୍ରକଳ୍ପକୁ ଭେଟି ଦେବେ ପ୍ରଧାନମନ୍ତ୍ରୀ ମୋଦୀ ।

781

କନକ ବ୍ୟୁରୋ: ଆଜି ୮୫ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜିଠୁ ଦେଶରେ ଗଡ଼ିବ ଆଉ ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ । ଓଡ଼ିଶାରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସର ହେବ ଶୁଭାରମ୍ଭ । ପୂର୍ବାହ୍ନ ୮ଟାରେ ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦୀ ।

ଭୁବନେଶ୍ୱରରୁ ଖୋର୍ଦ୍ଧା, ବାଲୁଗାଁ, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ ଦେଇ ବିଶାଖାପାଟଣା ଯାଏ ଗଡ଼ିବ ଟ୍ରେନ । ଶନିବାରକୁ ଛାଡ଼ି ଅନ୍ୟ ସମସ୍ତ ଦିନ ଏହି ଟ୍ରେନ ଚାଲିବ । ସେହିପରି ଖୋର୍ଦ୍ଧା ରୋଡ ଷ୍ଟୋସନରେ ଏକ ଜନଔଷଧି କେନ୍ଦ୍ରର ମଧ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।