ଅଷ୍ଟ୍ରେଲିଆରେ ଭାରତୀୟ ମହିଳାଙ୍କୁ ହତ୍ୟା । ଅଳିଆ ଗଦାରୁ ମିଳିଲା ଚୈତନ୍ୟା ନାମ୍ନୀ ଭାରତୀୟ ମହିଳାଙ୍କ ମୃତ ଶରୀର

1,009

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ରାସ୍ତା ଅଳିଆ ଗଦାରୁ ମିଳିଲା ଭାରତୀୟ ମହିଳାଙ୍କ ମୃତଶରୀର । ୩୬ବର୍ଷ ବସୟର ଚୈତନ୍ୟା ମଧଗାନୀଙ୍କ ସନ୍ଦିଗ୍ଦ ମୃତ ଶରୀର ମିଳିବା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି । ଚୈତନ୍ୟାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମାର୍ଚ୍ଚ ୯ରେ ମୃତଦେହ ମିଳିବା ପରେ ମୃତ ମହିଳାଙ୍କ ପରିବାରକୁ ସୂଚନା ଦିଆଯାଇଥିଲା । କିଛି ବର୍ଷ ହେବ ହାଇଦ୍ରାବାଦର ମହିଳା ସ୍ୱାମୀ ଓ ପୁଅ ସହ ଭିକ୍ଟୋରିଆ ସହରରେ ରହି ଆସୁଥିଲେ । ଚୈତନ୍ୟାଙ୍କ ଉପରେ ସ୍ୱାମୀ ମାରପିଟ କରୁଥିବା ଅଭିଯୋଗ କରିଥିଲେ ତାଙ୍କ ବାପା ମା ଯଥା ଶିଘ୍ର ଝିଅର ମୃତଶରୀର ଭାରତକୁ ଆଣିବା ପାଇଁ ଭାରତୀୟ ବୈଦେଶିକମନ୍ତ୍ରାଳୟକୁ ଅପିଲ କରିଛନ୍ତି ଚୈତନ୍ୟାଙ୍କ ବାପା ମା ।