କନକ ବ୍ୟୁରୋ : କର୍ଣ୍ଣାଟକରେ ଶନିବାର ମେଗା ଶୋ କରିଛି କଂଗ୍ରେସ । ଭାରତ ଯୋଡ ଯାତ୍ରା ଚାଲିଛି ଓ ଶନିବାର ଏହା ୧୦୦୦କିଲୋମିଟର ଯାତ୍ରା ପୂରା କରିଛି ଓ ଯାତ୍ରାକୁ ୩୮ଦିନ ପୂରିଛି । ଏହି ଅବସରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବେଲ୍ଲାରୀରେ ଏକ ବିଶାଳ ଜନସଭା କରିଛନ୍ତି । ଜନସଭାକୁ ସମ୍ବୋଧିତ କରି ବିଜେପିକୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ।
Kanak News is now on WhatsApp
Join and get latest news updates delivered to you via WhatsApp
ରାହୁଲ କହିଛନ୍ତି ଦେଶରେ ଗତ ୪୫ବର୍ଷ ଭିତରେ ସବୁଠୁ ଅଧିକ ବେକାରୀ ସମସ୍ୟା ଦେଖାଦେଇଛି । ପ୍ରଧାନମନ୍ତ୍ରୀ ମୋଦି ପ୍ରତିବର୍ଷ ୨କୋଟି ରୋଜଗାର ଦେବାକୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଏକଦମ ମିଛ ବୋଲି ରାହୁଲ କହିଛନ୍ତି । ଏଥିସହ ରାହୁଲ କହିଛନ୍ତି କି ଆରଏସଏସ ଓ ବିଜେପିର ବିଚାରଧାରା ଦେଶକୁ ଦୁର୍ବଳ କରୁଛି ଓ ଭାଙ୍ଗୁଛି । ଦେଢମାସ ଧରି ଚାଲିବାକୁ ଥିବା ଭାରତ ଯୋଡ ଯାତ୍ରାରେ ସମସ୍ତ ସଦସ୍ୟ ପ୍ରାୟ ୩ହଜାର ୭୫୦ କିଲୋମିଟର ପଦଯାତ୍ରା କରିବେ ।