ମମତା ସରକାରକୁ ବଡ ଝଟକା, ୩୬ ହଜାର ଶିକ୍ଷକଙ୍କ ନିଯୁକ୍ତିକୁ ବେଆଇନ କହିଲେ ହାଇକୋର୍ଟ

47,465

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ ଝଟକା ଲାଗିଛି । କୋଲକତା ହାଇକୋର୍ଟ ତରଫରୁ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ୩୬ ହଜାର ଶିକ୍ଷକ ନିଯୁକ୍ତିକୁ ବେଆଇନ ବୋଲି କହିଛନ୍ତି । କୋର୍ଟଙ୍କ ଏହି ରାୟ ପରେ ମମତା ବାନାର୍ଜୀ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି । ଏହାସହ ଚାକିରି ହରାଇଥିବା ଶିକ୍ଷକମାନଙ୍କୁ ଆଶ୍ୱାସନା ଦେଇ ରାଜ୍ୟ ସରକାର ସେମାନଙ୍କ ସହିତ ଅଛନ୍ତି ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି କି, ରାଜ୍ୟ ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ସହ ସମାନ କରିବା ଦାବିରେ ଶିକ୍ଷକମାନେ ଆନ୍ଦୋଳନ କରୁଥିବାରୁ ଏଭଳି ଭାବେ ସେମାନଙ୍କ ଚାକିରି ଯାଇଛି । ଏହାସହ ସେ ଚାକିରି ହରାଇଥିବା ୩୬ ହଜାର ଶିକ୍ଷକଙ୍କ ପରିବାରକୁ ଅନୁରୋଧ କରିଛନ୍ତି ଯେ ଏହା ଉପରେ ସେ ନ୍ୟାୟାଳୟର ଦ୍ୱାରସ୍ତ ହେବେ ।

କହିରଖୁ କି କୋଲକତା ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଓ ସହାୟତା ପ୍ରାପ୍ତ ନିଯୁକ୍ତି ପାଇଥିବା ୩୬ ହଜାର ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ କରିବାକୁ ଆଦେଶ ଦେଇଛନ୍ତି । ନିଯୁକ୍ତି ପ୍ରକ୍ରିୟାରେ ଥିବା ନିୟମ ମୁତାବକ ନିଯୁକ୍ତି ହୋଇନଥିବା କୋର୍ଟ କହିଥିଲେ ।