ଷ୍ଟେସନରେ ଟ୍ରେନକୁ ଛାଡି ଶୋଇବାକୁ ପଳାଇଲେ ଡ୍ରାଇଭର, ଜାଣନ୍ତୁ ତା ପରେ କଣ ଘଟିଲା

1,014

କନକ ବ୍ୟୁରୋ : ଏବେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ସବୁ ରାଜନୈତିକ ଦଳମାନେ ସେମାନଙ୍କର ପୂରୁଣା ସଫଳତାର କାହାଣୀ ବଖାଣୁଛନ୍ତି ତ କିଏ ସରକାରକୁ ଆସିଲେ ଲୋକଙ୍କ ପାଇଁ କଣ କଣ କରିବେ ତାର ଏକ ଶ୍ୱେତପତ୍ର ଜାରି କରିବାରେ ଲାଗିଛନ୍ତି । ଏହି କ୍ରମରେ ଆଜି ୟୁପିର ଏକ ରେଳ ଷ୍ଟେସନରୁ ଆସିଥିବା ଖବର ଜାଣିବା ପରେ ଆପଣ ବି ଭାବିବାକୁ ବାଧ୍ୟହେବେ କି, ଦେଶର କେବଳ ନେତା ନୁହଁନ୍ତି ଜନତାଙ୍କୁ ଦୁଦ୍ଦଶା ପାଇଁ ପ୍ରଶାସନ ବା ସରକାରୀ କର୍ମଚାରୀ ସମାନ ପରିମାଣର ଦାୟୀ ।

ଉତ୍ତର ପ୍ରଦେଶ ଶାହଜାହାଁପୁର ରେଳ ଷ୍ଟେସନରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ଏଠାରେ ବାଲାମଓ ପାସେଞ୍ଜର ଟ୍ରେନର ଡ୍ରାଇଭରଙ୍କ ନିଦ ପୁରା ହୋଇ ନଥିବାରୁ ସେ ଟ୍ରେନ ଚଳାଇବାକୁ ମନା କରିଦେଇଥିଲେ । ଏହି କାରଣରୁ ଯାତ୍ରୀ ଭର୍ତ୍ତି ଟ୍ରେନଟି ଷ୍ଟେସନରେ ଅଢେଇ ଘଂଟା କାଳ ଅଟକି ରହିଥିଲା ଓ ଯାତ୍ରୀମାନେ ନିଜ ନିଜର ଗନ୍ତବ୍ୟ ସ୍ଥଳରେ ପହଂଚିବାକୁ ବ୍ୟାକୁଳ ହେଉଥିଲେ ।

ସୂଚନା ମୁତାବକ ବାଲାମଓ ପାସେଞ୍ଜର ଟ୍ରେନ ଗୁରୁବାର ରାତି ସାଢେ ତିନିରେ ଶାହଜାହାଁପୁର ଷ୍ଟେସନରେ ପହଂଚିଥିଲା । ଯେଉଁ ଡ୍ରାଇଭର ଟ୍ରେନକୁ ଚଳାଇ ଶାହଜାହାଁପୁର ଷ୍ଟେସନ ଆସିଥିଲେ । ଟ୍ରେନ ସେଠାରେ ପହଂଚିବା ପରେ ଡ୍ରାଇଭର ଜଣଙ୍କ ତାଙ୍କର ନିଦ ପୁରା ହୋଇନଥିବା ଦର୍ଶାଇ ଟ୍ରେନରୁ ଉହ୍ଲାଇ ଶୋଇବାକୁ ପଳାଇଥିଲେ । ଏହାପରେ ଟ୍ରେନଟି ଷ୍ଟେସନରେ ପୂରା ଅଢେଇ ଘଂଟାକାଳ ଠିଆ ହୋଇ ରହିଥିଲା ।

ଏନେଇ ଶାହଜାହାଁପୁର ରେଳ ଅଧିକ୍ଷକ ଅମରେନ୍ଦ୍ର ଗୌତମ ସଫେଇ ଦେଇ କହିଛନ୍ତି କି ଚାଳକଙ୍କର ନିଦ ପୂରା ହୋଇ ନଥିବାରୁ ଟ୍ରେନକୁ ବାଧ୍ୟତାମୂଳକ ଷ୍ଟେସନରେ ରଖାଯାଇଥିଲା । ଏହାପରେ ଡ୍ରାଇଭର ବିଶ୍ରାମ ନେଇ ଆସିବା ପରେ ଟ୍ରେନ ନେଇ ପୁଣି ଚାଲିଯାଇଥିଲେ ।