ପଞ୍ଚାୟତ ନିର୍ବାଚନ ମୈଦାନରେ ୨ ଲକ୍ଷରୁ ଅଧିକ ପ୍ରାର୍ଥୀ । ନାକଚ ହେଲା ୮,୬୪୮ ନାମାଙ୍କନ ।

146

କନକ ବ୍ୟୁରୋ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ସହ ଯାଞ୍ଚ ମଧ୍ୟ ଶେଷ ହୋଇଛି । ତେବେ ଏଥର ପଞ୍ଚାୟତ ନିର୍ବାଚନ ମୈଦାନରେ ରହିଛନ୍ତି ୨ ଲକ୍ଷରୁ ଅଧିକ ପ୍ରାର୍ଥୀ । ୨ଲକ୍ଷ ୨୦ହଜାର ୪୧୪ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ ରହିଛି । ସେଥିମଧ୍ୟରୁ ୧ ଲକ୍ଷ ୫୬ ହଜାର ୭୫୩ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ଥିବାବେଳେ ସରପଞ୍ଚ ପଦ ପାଇଁ ୩୨,୮୬୦, ପଞ୍ଚାୟତ ସମିତି ସଭ୍ୟ ପଦ ପାଇଁ ୨୭,୦୩୪ ପ୍ରାର୍ଥିପତ୍ର କାଏମ ରହିଛି । ସେହିପରି କାଏମ ରହିଛି ୩୭୬୭ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ।

ସେହିପରି ୮ ହଜାର ୬୪୮ଟି ପ୍ରାର୍ଥୀପତ୍ର ନାକଚ ହୋଇଛି । ୫ ହଜାର ୫୪୪ ୱାର୍ଡମେମ୍ବରଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ବେଳେ ସରପଞ୍ଚ ପଦ ପାଇଁ ୧୭୫୩, ପଞ୍ଚାୟତ ସମିତି ସଭ୍ୟ ପଦ ପାଇଁ ୧୧୧୯ଟି ପ୍ରାର୍ଥୀପତ୍ର ନାକଚ ହୋଇଛି । ସେହିପରି ନାକଚ ହୋଇଛି ୨୩୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ।