ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଶବ ଚିହ୍ନଟ ପାଇଁ ସମ୍ପର୍କୀୟଙ୍କୁ ଦିଆଯିବ ପର୍ଯ୍ୟାପ୍ତ ସମୟ । ରେଳବାଇ, ପୋଲିସ ଓ ଏମ୍ସର ମିଳିତ ବୈଠକରେ ନିଷ୍ପତ୍ତି

803

କନକ ବ୍ୟୁରୋ : ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଶବ ଚିହ୍ନଟ ପାଇଁ ସମ୍ପର୍କୀୟଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯିବ । ଏନେଇ ରେଳବାଇ, ପୋଲିସ ଓ ଏମ୍ସର ମିଳିତ ବୈଠକରେ ନିଷ୍ପତି ହୋଇଛି  । କଂଟେନରରେ ସଂରକ୍ଷିତ ଶବ ଗୁଡିକର ସ୍ଥିତି ବିଗିଡି ନାହିଁ ତେଣୁ ବର୍ତମାନ ସମୟରେ ଏହାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ । ସୂଚନା ଅନୁସାରେ ୭୫ଟି ନମୂନା ଡିଏନଏ ପରୀକ୍ଷା ପାଇଁ ଯାଇଥିବା ବେଳେ ରିପୋର୍ଟ ଆସିନଥିବାରୁ ଅନିଶ୍ଚିତତା ବଢିବାରେ ଲାଗିଛି ।

ତେବେ ଶବ ନେବା ପାଇଁ ଡିଏନଏ ରିପୋର୍ଟକୁ ଅପେକ୍ଷା କରିବାକୁ ପଡିବ । କିନ୍ତୁ ଏହାପରେ ରହିଯାଇଥିବା ଅଚିହ୍ନା ଶବ ଗୁଡିକୁ ଏକାଠି ଗଣଦାହ କରିବାକୁ ଯୋଜନା କରାଯାଇଛି । ତେବେ ଏନେଇ ସରକାରଙ୍କ ପକ୍ଷରୁ ସଙ୍କେତ ମିଳିଲେ ପ୍ରକ୍ରୀୟା ଆରମ୍ଭ ହେବ । ତେବେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଭରତପୁର ଶ୍ମସାନରେ ୩୦କ୍ୱିଂଟାଲ କାଠ ରଖାଯାଇଛି । ଆଗକୁ ଶବ ଆସିଲେ ସେହି ଅନୁଯାୟୀ ଅଧିକ କାଠ ଅଣାଯିବ । ବର୍ତମାନ ଏଠାରେ ୯ଟି ଚୁଲା ରହିଥିବା ବେଳେ ଏବେ ଆଉ ୩ଟି ଚୁଲା ପ୍ରସ୍ତୁତ ହେଉଛି ।