ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲଙ୍କୁ କରୋନା । ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ପାଇଁ ଥାଇଲାଣ୍ଡରେ ଅଛନ୍ତି ସାଇନା, ଟେଷ୍ଟ ପରେ ରହିଛନ୍ତି ସଙ୍ଗରୋଧରେ । 

95

କନକ ବ୍ୟୁରୋ : ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲଙ୍କୁ କରୋନା । ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ  ଥାଇଲାଣ୍ଡରେ ଥିବା ସାଇନା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଥାଇଲାଣ୍ଡର ହସ୍ପିଟାଲରେ ତାଙ୍କୁ ସଙ୍ଗରୋଧରେ ରଖାଯାଇଛି । ତେବେ ସାଇନାଙ୍କୁ କରୋନା ହେବା ଭାରତକୁ ବଡ ଝଟକା ଦେଇଛି । କାରଣ ୧୨ରୁ ୧୭ ମଧ୍ୟରେ ଥାଇଲାଣ୍ଡ ଓପନ ଟୁର୍ଣ୍ଣାମେଣ୍ଟ ଖେଳାଯାଇଥାନ୍ତା । ଏହାପରେ ୧୯ରୁ ୨୪ ଜାନୁଆରୀ ମଧ୍ୟରେ ଆଉ ଏକ ଟୁର୍ଣ୍ଣାମେଣ୍ଟ ଖେଳିଥାନ୍ତେ । କରୋନା ପାଇଁ ଗତ ୧୦ ମାସ ହେବ କୌଣସି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ନଥିବା ସାଇନା ଆଜିଠାରୁ ପୁଣିଥରେ ବ୍ୟାଡମିଣ୍ଟନ କୋର୍ଟକୁ ଫେରିଥାନ୍ତେ ।

ଏହାପୂର୍ବରୁ ବ୍ୟାଙ୍କକରେ ହେବାକୁ ଥିବା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ପାଇଁ ଲଗାଯାଇଥିବା କରୋନା କଟକଣାକୁ ନେଇ ଆପତ୍ତି ଉଠାଇଥିଲେ ସାଇନା । ଯାହାକୁ ନେଇ ଟ୍ୱିଟ୍ କରିଥିଲେ ସାଇନା । ତାଙ୍କ ଟ୍ରେନର ଓ ଫିଜିଓଙ୍କୁ ଭେଟିବାକୁ ଅନୁମତି ନ ଦେବାରୁ ବିଶ୍ୱ ବ୍ୟାଡମିଣ୍ଟନ ମହାସଂଘକୁ କଟାକ୍ଷ କରିଥିଲେ ସାଇନା । ସପୋର୍ଟ ଷ୍ଟାଫଙ୍କୁ ଅନୁମତି ମିଳିବନି ବୋଲି ଏ ବାବଦରେ ପୂର୍ବରୁ ଅବଗତ କରିବାର ଆବଶ୍ୟକତା ଥିଲା ବୋଲି କହିଥିଲେ ସାଇନା । କରୋନାକୁ ଦୃଷ୍ଟିରେ ରଖି ଚୀନ୍ ଏହି ବ୍ୟାଡମିଣ୍ଟନରୁ ନିଜକୁ ଦୂରେଇ ରଖିଥିବା ବେଳେ ବିଶ୍ୱର ନମ୍ବର ୱାନ୍ ଖେଳାଳି କିନ୍ତୋ ମୋମୋତାଙ୍କୁ କରୋନା ହେବା ପରେ ଜାପାନ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛି ।