ରାଜଧାନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳାପତାକା ପ୍ରଦର୍ଶନ : ନାଲକୋ ଛକରେ ତେଲ ଦର ବୃଦ୍ଧି ଓ କୃଷି ଆଇନ ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ବିରୋଧ

ସେପଟେ ଆଜି ମହାଙ୍ଗା ଯାଇ କୁଳମଣି ବରାଳଙ୍କ ପରିବାରକୁ ଭେଟିବେ କେନ୍ଦ୍ରମନ୍ତ୍ରୀ 

163

କନକ ବ୍ୟୁରୋ : ରାଜଧାନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳାପତାକା ପ୍ରଦର୍ଶନ । ନାଲକୋ ଛକରେ ତେଲ ଦର ବୃଦ୍ଧି ଓ କୃଷି ଆଇନ ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି  । ଯୁବ କଂଗ୍ରେସର ସଭାପତି ସ୍ମୃତି ରଂଜନ ଲେଙ୍କାଙ୍କ ନେତୃତ୍ୱରେ ଯୁବ କଂଗ୍ରେସ କର୍ମୀମାନେ କେନ୍ଦ୍ରମନ୍ତ୍ରୀଙ୍କୁ କଳା ପତାକା ଦେଖାଇଛନ୍ତି ।

ମାହାଙ୍ଗା ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୃତ କୁଳମଣି ବରଳାଙ୍କ ପରିବାରକୁ ଭେଟିବେ କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ  ବିଜେପି ନେତା ପୃଥୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର, ପ୍ରକାଶ ମିଶ୍ର, ମୋହନ ମାଝୀ, ବିଧାୟକ ଲଲିତେନ୍ଦୁ ମହାପାତ୍ର, ସୁକାନ୍ତ ନାୟକ, ନଉରୀ ନାୟକ, ସୁଭାଶିଷ ପାଣିଗ୍ରାହୀ, ପିତାମ୍ବର ଆଚାର୍ଯ୍ୟ, ପ୍ରକାଶ ବେହେରା, ବିଷ୍ଣୁ ପ୍ରସାଦ ତରାଇ ।