ଆସେସ୍ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡକୁ ୪୩ ରନରେ ହରାଇଲା ଅଷ୍ଟ୍ରେଲିଆ: ପାଣିରେ ପଡିଲା ବେନ ଷ୍ଟୋକ୍ସଙ୍କ ୧୫୫ ରନର ଇନିଙ୍ଗସ୍

173

କନକ ବ୍ୟୁରୋ: ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆସେସ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ୪୩ ରନରେ ଅଷ୍ଟ୍ରେଲିଆଠୁ ହାରି ଯାଇଛି । ଇଂଲଣ୍ଡର ଲର୍ଡ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚରେ ଜନ୍ନି ବେନ ଷ୍ଟୋକ୍ସଙ୍କ ୧୫୫ ଇନିସ୍ ସତ୍ୱେ ଇଂଲଣ୍ଡକୁ ପରାଜୟର ସାମ୍ନା କରିବାକୁ ପଡିଛି । ଏଥିସହ ଆସେସ ସିରିଜର ପ୍ରଥମ ଦୁଇଟି ମ୍ୟାଚ ଜିତିଯାଇଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ପ୍ରଥମ ଇନିସରେ ୪୧୬ କରିଥିବା ବେଳେ ଇଂଲଣ୍ଡ ପ୍ରଥମ ଇନିସରେ ୩୨୫ ରନ କରିଥିଲା । ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିସରେ ୨୭୯ରେ କରିଥିବା ବେଳେ ଇଂଲଣ୍ଡ ୩୨୭ ରନ କରିଛି । ଆଇସିିସି ଟୁର୍ଣ୍ଣାମେଂଟ ପରେ କ୍ରିକେଟରେ ଯଦି କିଛି ଭଲ ସିରିଜ ଖେଳଯାଉଥିାଏ ତାହା ହେଉଛି ଆସେସ୍ ସିରିଜ । ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରତି ଦୁଇ ବର୍ଷରେ ଥରେ ଆସେସ ସିରିଜ ଖେଳାଯାଏ । ୧୮୮୨ରୁ ଏପର୍ଯ୍ୟନ୍ତ ମୋଟ ୭୨ ଟି ସିରିଜ ଖେଳାଯାଇଛି । ସେଥିରୁ ଅଷ୍ଟ୍ରେଲିଆ ୩୪ଟିରେ ବିଜୟ ହୋଇଥିବା ବେଳେ ଇଂଲଣ୍ଡ ୩୨ରେ ଟି ବିଜୟୀ ହୋଇଛି । ଆସେସ ସିରିଜରେ କେବଳ ୫ ଟି ଟେଷ୍ଟ ମ୍ୟାଚ ଖେଳାଯାଏ ।