ଶ୍ରୀମନ୍ଦିର ନାଟ ମଣ୍ଡପକୁ ଚଢିବାକୁ ଉଦ୍ୟମ । ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପୋଲିସର ତଦନ୍ତ

141

କନକ ବ୍ୟୁରୋ : ଶ୍ରୀମନ୍ଦିର ସିଂହଦ୍ୱାରରେ ଅଭାବନୀୟ କାଣ୍ଡ । ଶ୍ରୀମନ୍ଦିର ନାଟ ମଣ୍ଡପକୁ ଚଢିବାକୁ ଉଦ୍ୟମ ବେଳେ ଶ୍ରଦ୍ଧାଳୁଙ୍କୁ ଅଟକ ରଖିଲା ସିଂହଦ୍ୱାର ପୋଲିସ । ଶ୍ରଦ୍ଧାଳୁ ଜଣକ ହେଲେ ପଶ୍ଚିମବଙ୍ଗ ହଳଦୀଆପଡ଼ାର ରାକେଶ ହାଜରା । ସମ୍ପୃକ୍ତ ଯୁବକଙ୍କୁ ସିଂହଦ୍ୱାର ପୋଲିସ ଅଟକ ରଖିଛି । ତେବେ କ’ଣ ପାଇଁ ଯୁବକ ଜଣଙ୍କ ଏପରି ଉଦ୍ୟମ କରିଥିଲେ ତାହାର କାରଣ ଜଣାପଡ଼ିନାହିଁ । ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।