କଂଗ୍ରେସକୁ କଡ଼ା ଚ୍ୟାଲେଂଜ ଦେଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । କହିଲେ, ଅଭିଯୋଗ ସତ ପ୍ରମାଣିତ ହେଲେ ସାଧାରଣ ଜୀବନରୁ ନେଇଯିବି ସନ୍ନ୍ୟାସ

258

କନକ ବ୍ୟୁରୋ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ କଂଗ୍ରେସ ସାଂସଦ ଗୌରବ ଗୋଗାଇଙ୍କ ମଧ୍ୟରେ ଆରମ୍ଭ ହୋଇଛି ଟୁଇଟର ୱାର । ଗୁରୁବାର ହିମନ୍ତ କହିଛନ୍ତି ଯଦି ତାଙ୍କ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗ ସତ ପ୍ରମାଣିତ ହୁଏ ତେବେ ସେ ସାଧାଣ ଜୀବନରୁ ସନ୍ନ୍ୟାସ ନେବେ । ବୁଧବାର କଂଗ୍ରେସ ଅଭିଯୋଗ କରିଛି ସେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀ ସହ ଜଡିତ ଏକ ମିଡିଆ ଓ ମନୋରଂଜନ କମ୍ପାନୀ ଏକ ସ୍ୱତନ୍ତ୍ର କେନ୍ଦ୍ରୀୟ ଯୋଜନା ଅଧୀନରେ ଖାଦ୍ୟ ପ୍ରକିୟାକରଣ ମନ୍ତ୍ରାଳୟରୁ ଋଣ ସମ୍ବନ୍ଧିତ ଏକ ସବିସିଡିରେ ୧୦କୋଟି ଟଙ୍କା ପାଇଛନ୍ତି । ଏନେଇ କଂଗ୍ରେସ ସାଂସଦ ଗୌରବ ଗୋଗାଇ ଟୁଇଟ କରି ଏକ ଅଭିଯୋଗ କରିଛନ୍ତି ।