ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ବିରୋଧରେ ଚାର୍ଜଫ୍ରେମ୍ । ଆସନ୍ତା ଅକ୍ଟୋବର ୫ ତାରିଖରେ ପରବର୍ତ୍ତୀ ଶୁଣାଣି ।

207

କନକ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ବିରୋଧରେ ହୋଇଛି ଚାର୍ଜଫ୍ରେମ । କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍ ଆଧାରରେ ଗୋପାଳ ବିରୋଧରେ ଚାର୍ଜଫ୍ରେମ ହୋଇଛି ଏବଂ ଆସନ୍ତା ଅକ୍ଟୋବର ୫ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ଗୋପଳକୁ ଆଜି ଚୌଦ୍ୱାର ଜେଲରୁ ଅଣାଯାଇ ଝାରସୁଗୁଡା ଏଡିଜେ କୋର୍ଟରେ ହାଜର କରାଯାଇଥିଲା । ତେବେ ଗୋପାଳ ପକ୍ଷରୁ ଦାଖଲ ହୋଇଥିବା ଡିସଚାର୍ଜ ପିଟିସନର ଶୁଣାଣି କରି କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି । ତେବେ ଶୁଣାଣି ସମୟରେ ଗୋପାଳ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲା । ଏପରିକି ସେ ନବ ଦାସଙ୍କୁ ହତ୍ୟା କରିନଥିବା କହିଥିଲା । ଏଥିସହ ଗୋପାଳ ଖାଉଥିବା ମାନସିକ ରୋଗର ଔଷଧ ସମ୍ପର୍କରେ ବି ଆଲୋଚନା ହୋଇଥିଲା ଏବଂ ସେ ମାମଲା ଲଢ଼ିବ ବୋଲି କହିଥିବା ସୂଚନା ଦେଇଛନ୍ତି ଆଇନଜୀବୀ ।