ମେକ୍ସିକୋ ସାଂସଦରେ ପ୍ରଦର୍ଶିତ ହେଲା ଏଲିଅନ୍ କଙ୍କାଳ । ପ୍ରଖ୍ୟାତ ସାମ୍ବାଦିକ ଜେମେ ମୌସାନ୍ ଏଲିଏନଙ୍କ କଙ୍କାଳ ପ୍ରଦର୍ଶନ କରି ଦେଲେ ନୂଆ ତଥ୍ୟ

425

କନକ ବ୍ୟୁରୋ : ଏଲିଅନଙ୍କ ଅସ୍ତିତ୍ୱକୁ ନେଇ ଦ୍ୱନ୍ଦ ଥିବା ଭିତରେ ମେକ୍ସିକୋ ସଂସଦରେ ଦୁଇଟି ଏଲିଅନ୍ କଙ୍କାଳ ପ୍ରଦର୍ଶିତ କରିଛନ୍ତି ସାମ୍ବାଦିକ ତଥା ନିଜକୁ ୟୁଏଫୋଲଜିଷ୍ଟ ବା ଏଲିଅନଙ୍କ ଅନୁସନ୍ଧାନକାରୀ କହୁଥିବା ୭୦ ବର୍ଷୀୟ ଜେମେ ମୌସାନ୍ । ଦୁଇଟି କଙ୍କାଳ ରଖି ସେ କହିଛନ୍ତି, ଏ କଙ୍କାଳ ଦୁଇଟି ଅଣ-ମାନବ ଜନ୍ତୁଙ୍କର । କେବଳ ସେତିକି ନୁହେଁ ଏହି କଙ୍କାଳ ଦୁଇଟିର ବୈଜ୍ଞାନିକ ଯାଂଚ ପାଇଁ ମେକ୍ସିକୋର ନ୍ୟାସନାଲ ଅଟୋନମ୍ସ ୟୁନିଭର୍ସିଟିର ସହାୟତା ମଧ୍ୟ ନେଇଥିଲେ ମୌସାନ୍ । ଯେଉଁଥିରୁ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି ।

ପେରୁରୁ ଉଦ୍ଧାର ଦୁଇଟି ଏଲିଅନ୍ କଙ୍କାଳ ନେଇ ଏକ ନୂଆ ହଙ୍ଗାମା ଆରମ୍ଭ ହୋଇ ଯାଇଛନ୍ତି । ମେକ୍ସିକୋ ନ୍ୟାସନାଲ ଅଟୋନମ୍ସ ୟୁନିଭର୍ସିଟି ଏହି ଦୁଇଟି କଙ୍କାଳ ଉପରେ ଅନୁସନ୍ଧାନ କରିଛି । ଯେଉଁଥିରୁ ଅନେକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛିଗୋଟିଏ ପଟେ ଏଲିଅନ୍ କଙ୍କାଳ ନେଇ ରହସ୍ୟ ବଢୁଥିବାବେଳେ, ସେପଟେ ଜେମେ ମୌସାନ୍ଙ୍କ ତଥ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଭିନ୍ନ ବୈଜ୍ଞାନିକ । ପୂର୍ବରୁ ଏଲିଅନ୍ କଙ୍କାଳ ପ୍ରଦର୍ଶିତ କରି ଲୋକହସା ହୋଇଛନ୍ତି ଜେମେ ମୌସାନ୍ । ପୂର୍ବରୁ ଏକ କଙ୍କାଳକୁ ସେ ଏଲିଅନ୍ କଙ୍କାଳ ବୋଲି କହିଥିଲେ, ମାତ୍ର ପରେ ତାହା ଏକ ଅଣ- ବିକଶିତ ମାନବ ଶିଶୁର କଙ୍କାଳ ବୋଲି ପ୍ରମାଣିତ ହୋଇଥିଲା । ଫଳରେ ଏବେ ମୌସାନ୍ ସାମ୍ନାକୁ ଆଣିଥିବା ଏହି ଦୁଇ କଙ୍କାଳ ନେଇ ମଧ୍ୟ ସନ୍ଦେହ କରାଯାଉଛି ।